ସିବିଆଇ ପରେ ଏବେ ସନ୍ଦୀପ ଘୋଷଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ମନି ଲଣ୍ଡ୍ରିଂ ମାମଲାରେ ସନ୍ଦୀପ ଘୋଷଙ୍କ ଘରେ ଇଡି ଚଢ଼ଉ କରିଛି। କିଛିଦିନ ତଳେ ଅର୍ଥନୈତିକ ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ସିବିଆଇ ଗିରଫ କରିଥିଲା। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଛାନଭିନ ସମୟରେ କଲେଜର ଆର୍ଥିକ ଦୁର୍ନୀତି ସହ ସନ୍ଦୀପ ଜଡ଼ିତ ଥିବା ଜଣାପଡିଥିଲା। ଏହି ଘଟଣାରେ ଇଡି ଶୁକ୍ରବାର ପଶ୍ଚିମବଙ୍ଗର ୩ଟି ସ୍ଥାନରେ ଚଢଉ କରିଛି। ଏହି ଚଢଉରେ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡ. ସନ୍ଦୀପ ଘୋଷଙ୍କ ଜଣେ ସମ୍ପର୍କୀୟଙ୍କ ସମ୍ପତ୍ତି ଥିବା କୁହାଯାଉଛି। ସେ ସିବିଆଇ ହେପାଜତରେ ଥିବାବେଳେ ଇଡି ବେଙ୍ଗଲର ହାୱଡ଼ା, ସୋନାରପୁର ଏବଂ ହୁଗଳିର ବିଭିନ୍ନ ସ୍ଥାନରେ ଚଢଉ କରିଛି। ହୁଗଳିରେ ଗୋଟିଏ ଜାଗା ସନ୍ଦୀପ ଘୋଷଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ଜଣାପଡିଛି। Post navigation ରେଭେନ୍ସା ପ୍ରସଙ୍ଗ; ଦଳୀୟ ନେତାଙ୍କ ବିରୋଧରେ ମିଥ୍ୟା ଏତଲାକୁ ନିନ୍ଦା କଲା ବିଜେଡି କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ଉ