ଜଗତସିଂହପୁର-ବାଲିକୁଦା ବଜାରରେ ଅଘଟଣ। ପ୍ରବଳ ବର୍ଷାରେ ଭାଙ୍ଗିଲା ଲାଇଟ ଗେଟ । ଫଳରେ ୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ବାଲିକୁଦା ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଓ ପବନ ହୋଇଛି । ଫଳରେ ତୋରଣ ଭାଙ୍ଗି ୨ ଜଣ ଆହତ ହୋଇଛନ୍ତି। ଖବର ପାଇ ବାଲିକୁଦା ଥାନା ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । କିଛି ଗାଡ଼ି ମଟର ମଧ୍ୟ ତୋରଣ ତଳେ ଚାପି ହୋଇଯାଇଛି । ତୋରଣ ଭାଙ୍ଗିବା ଦ୍ୱାରା କନ୍ଦରପୁର ମାଛଗାଁ ମୁଖ୍ୟରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆହତଙ୍କୁ ଚିକିତ୍ସା ପାଇଁ ବାଲିକୁଦା ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । Post navigation ଆଜି ପବିତ୍ର ବିଜୟା ଦଶମୀ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ; ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ