ରତ୍ନଭଣ୍ଡାର ଚାବି ନେଇ ବୟାନ ଦେଲେ ପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି। ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ ବୋଲି କହିଲେ ଜଗୁନି। ଡୁପ୍ଲିକେଟ ଚାବି କଥା ମିଛ, ଯଦି ଡୁପ୍ଲିକେଟ ତେବେ ଖୋଲିଲାନି କାହିଁକି। ପ୍ରକୃତ କଥା ହେଲା, ସେ ତାଲାର ସେ ଚାବି ନୁହେଁ। ଚାବିକୁ ଫୋପାଡ଼ି ଦେଇ ତତ୍କାଳୀନ ଜିଲ୍ଲାପାଳ ଡୁପ୍ଲିକେଟ ଚାବି କଥା କହିଲେ। ସେତେବେଳର ଜିଲ୍ଲାପାଳ କହିଲେ ଚାବି ହଜିଗଲା, ପୁଣି କହିଲେ ମିଳିଗଲା।

ଭିତରେ ବିରାଟ ବଡ଼ ଅଘଟଣ ହୋଇଥିବାରୁ ସେ ଚାବି ଫିଙ୍ଗିଦେଲେ। ଏହା ପଛରେ ବିରାଟ ରହସ୍ୟ ରହିଛି, ତଦନ୍ତ ହେବା ଦରକାର। ରତ୍ନଭଣ୍ଡାର ଭିତରେ ଗୁପ୍ତଗୃହ ରହିଛି, ଗଣତି ହେବାକୁ ମାସ ମାସ ଲାଗିବ ବୋଲି କହିଲେ।

Leave a Reply

Your email address will not be published. Required fields are marked *