dolphins-spotted-off-puri-coast
ପୁରୀ ସମୁଦ୍ରରେ ଗତକାଲି ଜୀବନ୍ତ ଶାମୁକା ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିବା ବେଳେ ଆଜି ଡଲଫିନ୍ ଦେଖିବାକୁ ମିଳିଛି ।
 
ପୁରୀ ସମୁଦ୍ରରେ ଡଲଫିନଙ୍କ ଜଳକ୍ରୀଡା ଏକ ମନୋରମ ଦୃଶ୍ୟ ହୋଇଥିବା ବେଳେ ଏହାକୁ ଦେଖି ପର୍ଯ୍ୟଟକମାନେ ବିମୋହିତ ହୋଇଥିଲେ । ଚିଲିକାରୁ ୪ରୁ ୫ଟି ଡଲଫିନ୍ ପୁରୀ ଦେଇ ଚନ୍ଦ୍ରଭାଗା ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି ।
 
କହିରଖୁଛୁ ଯେ, ଗତକାଲି ପୁରୀ ସମୁଦ୍ର କୂଳରେ ହଜାର ହଜାର ଜୀବନ୍ତ ଶାମୁକା ଦେଖିବାକୁ ମିଳିଥିଲା । ରାତିରେ ଦଳ ଦଳ ହୋଇ କୂଳକୁ ଆସି ବାଲିରେ ବିଚରଣ କରି ସୂର୍ଯ୍ୟ ଉଦୟ ପରେ ପୁଣି ସମୁଦ୍ର ଭିତରକୁ ଚାଲି ଯାଉଛନ୍ତି ଜୀବନ୍ତ ଶାମୁକା ।
 

By Nirvay

Leave a Reply

Your email address will not be published. Required fields are marked *