ଭୂସ୍ଖଳନର ୬ ଦିନ ପରେ ବି ସୁଧୁରୁନି କେରଳର ୱାଏନାଡ ସ୍ଥିତି। ଆଜି ବି ମାଟିତଳୁ ମିଳୁଛି ଶବ। ଅନବରତ କାର୍ଯ୍ୟ କରୁଛନ୍ତି ଉଦ୍ଧାରକାରୀ ଦଳ। ତେବେ ଉଦ୍ଧାରକାରୀ ଟିମକୁ ସହଯୋଗ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’। ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’ ୱାଏନାଡ ଯାଇଥିବା ସୂଚନା ମିଳିଛି। ‘ଷ୍ଟର୍ମ’ ସହ ୪ ଜଣ ଅଧିକାରୀ ମଧ୍ୟ ସେଠାକୁ ଯାଇଥିବା ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ମହାବିପର୍ଯ୍ୟୟରେ ଛାରଖାର ହୋଇଯାଇଛି ୱାଏନାଡ। ବାସହରା ହୋଇଛି ଅନେକ ପରିବାର। ଚୂଡ଼ାଲମାଲା, ମୁଣ୍ଡାକାଇ ଓ ପୁଞ୍ଚୁରି ମାଟମ ଧ୍ବଂସସ୍ତୁପ ପାଲଟିଛି। ମେପ୍ପଡି ପାହାଡ଼ ନିକଟରେ ଥିବା ମୁଣ୍ଡାକାଇ ଗାଁ ସବୁଠୁ ବେଶୀ ପ୍ରଭାବିତ ହୋଇଛି। ଆଜି ସୁଦ୍ଧା ୩୫୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହଶହ ନିଖୋଜ ଅଛନ୍ତି।

Leave a Reply

Your email address will not be published. Required fields are marked *