କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସଙ୍କ ଭୁଲ୍ ଇଞ୍ଜେକସନ୍ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଗଠନ ହେଲା ପାଞ୍ଚ ଜଣିଆ ଟିମ । ଡିଏମଇଟି ଗଠନ କଲେ ପାଞ୍ଚ ଜଣିଆ ଟିମ । ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ ଜଣ ସଦସ୍ଯ ରହିଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ମିଶ୍ର ।

ସେ କହିଛନ୍ତି କୋରାପୁଟରେ ମେଡିକାଲରେ ICUରେ ୩ ରୋଗୀ ଓ ବାକି ୱାର୍ଡରେ ଥିଲେ। ସେଠାର ଡାକ୍ତର କହୁଛନ୍ତି ଯେ କିଛି ଅଲଗା ଇଞ୍ଜେକସନ ଦିଆଯାଇନି । ଅଲଗା ଔଷଧ ବି ଦିଆଯାଇନି । ତେଣୁ ଗଠନ ହୋଇଥିବା ଟିମ୍ ସେଠାରେ ପହଞ୍ଚି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନିଷ୍ପତ୍ତି ନେବେ। ଏବଂ ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *