ପୁଣି ବିଶ୍ଵସ୍ତରରେ ଚମକିଲା ଭାରତ। ବିଶ୍ୱକପ୍‌ ଚେସ୍ ଚାମ୍ପିଅନ୍ ହେଲେ ଦିବ୍ୟା ଦେଶମୁଖ । FIDE ମହିଳା ଚେସ୍‌ ବିଶ୍ବକପ୍‌ ୨୦୨୫ ଟାଇଟଲ୍‌ ଜିତିଲେ ଦିବ୍ୟା । ଜର୍ଜିଆରେ ଅନୁଷ୍ଠିତ ଏହି ବିଶ୍ୱକପ୍ ଫାଇନାଲରେ ଭାରତର କିମ୍ବଦନ୍ତୀ ଖେଳାଳି କୋନେରୁ ହମ୍ପିଙ୍କୁ ପରାସ୍ତ କରି  ଏହି ଟାଇଟଲ୍ ଜିତିଛନ୍ତି। ସେ ଫିଡେ ମହିଳା ଚେସ୍ ବିଶ୍ୱକପ୍ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଦିବ୍ୟାଙ୍କୁ ବିଶ୍ୱ ଚେସ୍‌ ଟାଇଟଲ୍‌ ସହ ଦେଶର ୮୮ତମ ଗ୍ରାଣ୍ଡମାଷ୍ଟର୍ ସୌଭାଗ୍ୟ ମିଳିଛି।

ମହିଳା ଚେସ୍ ବିଶ୍ୱକପ୍ ଗତ ୩ ସପ୍ତାହ ଧରି ଜର୍ଜିଆର ବାଟୁମିରେ ଆୟୋଜିତ ହେଉଥିଲା, ଯେଉଁଠାରେ ଦିବ୍ୟା ଦେଶମୁଖ ଫାଇନାଲରେ ପହଞ୍ଚି ଇତିହାସ ରଚିଥିଲା। ଅନ୍ତର୍ଜାତୀୟ ମାଷ୍ଟର ଦିବ୍ୟା ଫିଡେ ମହିଳା ବିଶ୍ୱକପ୍ ଫାଇନାଲର ପ୍ରଥମ ଏବଂ ଦ୍ୱିତୀୟ ଗେମରେ କୌଣସି ସୁଯୋଗ ନ ଦେଇ ତାଙ୍କ ଉଚ୍ଚ ମାନ୍ୟତାପ୍ରାପ୍ତ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କୁ ଡ୍ର ଖେଳିବାକୁ ବାଧ୍ୟ କରିଥିଲେ। ଏହା ଫଳରେ ମ୍ୟାଚ୍ଟି ଟାଇବ୍ରେକରକୁ ଯାଇଥିଲା।

Leave a Reply

Your email address will not be published. Required fields are marked *