ଯାଜପୁରର ବହୁ ଚର୍ଚ୍ଚିତ କୁସୁମା କଟେଜ୍ ନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସୂଚନା । ସେ କହିଛନ୍ତି କୁସୁମା କଟେଜ୍କୁ ହାତକୁ ନେବ ଜିଲ୍ଲା ପ୍ରଶାସନ । ପୌର ପାଳିକା ଜମିରେ କଟେଜ୍ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି । କୁସୁମା ମଧ୍ୟରେ ନିର୍ମାଣ ୮ କୋଟି ଟଙ୍କାର ଆଲିଶାନ୍ ବଙ୍ଗଳା ସିଏସଆର ଫଣ୍ଡରେ ନିର୍ମାଣ ହୋଇଛି । କିନ୍ତୁ କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ତାହାର କୌଣସି ତଥ୍ୟ ନାହିଁ। ଏହା ସ୍ପଷ୍ଟ ହୋଇଛି କ୍ରୀଡ଼ା ବିଭାଗ ଅଧୀନରେ ନାହଁ କି କ୍ରୀଡ଼ା ବିଭାଗ ସହ ଏହାର କୌଣସି ସମ୍ପର୍କ ନାହିଁ। ପରୋକ୍ଷରେ ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି ଏହା ଏକ ବେଆଇନ ଭାବେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳା, ତୁରନ୍ତ ଏହାର ପରିଚାଳନା ନେଇ ପ୍ରଶାସନ ରୂପରେଖ ପ୍ରସ୍ତୁତ କରିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଗତକାଲି ପୌର ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରୀଡ଼ା ବିଭାଗକୁ ଜମି ହସ୍ତାନ୍ତର ସହ ଏ ବଙ୍ଗଳା କ୍ରୀଡ଼ା ବିଭାଗକୁ ହସ୍ତାନ୍ତର କରାଯାଇଥିବା କୁହାଯାଇଥିବା ବେଳେ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିଛନ୍ତି। Post navigation ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନିରଥ ଆଜି ନୁହେଁ ରତ୍ନଭଣ୍ଡାର ଖୋଲିବା ନେଇ ୯ ତାରିଖରେ ନିଆଯିବ ନିଷ୍ପତ୍ତି: ଜଷ୍ଟିସ ବିଶ୍ବନାଥ ରଥ