ଓଡିଶାରେ ପ୍ରଥମଥର ପାଇଁ ଭାଜପା ଏକାକୀ ସରକାର କରିଥିବା ବେଳେ ନୂଆକରି ରାଜନୀତିକୁ ଆସି ବିଧାୟକ ହୋଇଥିବା ବିଧାୟକ ମାନେ ଦୀର୍ଘଦିନର କାର୍ଯ୍ୟକର୍ତ୍ତାଙ୍କୁ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ଏଭଳି ସଙ୍ଗୀନ ପ୍ରସଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ କଟକ ସଦର ବିଜେପି ନେତା ତଥା ମୁଖପାତ୍ର ଦିଲ୍ଲୀପ ମଲ୍ଲିକ। ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ତଳେ ବାଲିଯାତ୍ରାରେ ନିଜର ଅଦ୍ଭୁତ ଇଂରାଜୀ ଭାଷଣ ଲାଗି ଲୋକଲୋଚନକୁ ଆସିଥିବା ସଦର ବିଧାୟକ ପ୍ରକାଶ ସେଠୀ ସଦର ନିର୍ବାଚନ ମଣ୍ଡଳୀରେ ହେଉଥିବା ସାଙ୍ଗଠନିକ ପର୍ବରେ ପୁରୁଣା କାର୍ଯ୍ୟକର୍ତାଙ୍କୁ ଅଣଦେଖା କରି ବିଜେଡି କାର୍ଯ୍ୟକର୍ତାଙ୍କୁ ଯେଉଁମାନେ ଗତ ନିର୍ବାଚନରେ ବିଜେଡିକୁ ସାହାଯ୍ୟ କରୁଥିଲେ, ସେମାନେ ବିଜେଡିରେ ଥାଇ ମଧ୍ୟ ସାଙ୍ଗଠନିକ ପର୍ବରେ ଅଗ୍ରାଧିକାର ପାଇବା ସହ ବିଧାୟକଙ୍କ ନିକଟତର ହୋଇରହିଛନ୍ତି। ନିଜ ବ୍ୟଥା ପ୍ରକାଶ କରି ଦିଲ୍ଲୀପ ନିଜ ସାମାଜିକ ଗଣମାଧ୍ୟମ ରେ ଲେଖିଛନ୍ତି :”ଲକ୍ଷ ଯାହା ଥିଲା ତାହା ତ ପୂରଣ ହୋଇଛି। ମୁଁ ଖୁସୀ।କଟକ ସଦର ରେ ଭାଜପାର ବିଜୟ ସାଂଗକୁ ରାଜ୍ୟରେ ଭାଜପାର ସରକାର। ଦୀର୍ଘ ବର୍ଷ ଧରି ଦଳର ସଂଗଠନ ବୃଦ୍ଧି କାର୍ଯ୍ୟରେ ନିଜକୁ ସମର୍ପିତ କରି ଶେଷରେସଦରବାସୀଙ୍କ ସେବା କରିବାର ସୁଯୋଗରୁ ବଂଚିତ ହେଲି।ଏହାହିଁ ଇଶ୍ବରଙ୍କ ଇଛା ଥିଲା।ମନରେ ତିଳେମାତ୍ର ଦୁଃଖ ନାହିଁ ଏଇଥି ପାଇଁ ଯେ ଲକ୍ଷ୍ୟ ସାଧିତ ହୋଇସାରିଛି।ବରଂ ଦୀର୍ଘ 15 ବର୍ଷ ଧରି ମୋ ସହିତ ପ୍ରତିକୂଳ ପରିସ୍ଥିତିରେ ସଂଗଠନକୁ ବଢାଇଥିବା ପୁରୁଣା କାର୍ଯ୍ଯକର୍ତ୍ତାଙ୍କୁ ଅଣଦେଖା, ଅଲୋଡା ହେଉଥିବା ଘଟଣା ମୋତେ ବ୍ଯଥିତ କରୁଛି।” ସମସ୍ତଙ୍କ ଭଲ ପାଇବାକୁ ଶତ ଶତ ପ୍ରଣାମ କରିଛନ୍ତି ଦିଲ୍ଲୀପ। Post navigation ଜିରୋ ନାଇଟ୍ ଉପରେ ଲାଗିଲା କଟକଣା; ବିନା ଅନୁମତିରେ କରିହେବ ନାହିଁ ସେଲିବ୍ରେସନ୍ ପ୍ରାକ-ବଜେଟ ପରାମର୍ଶ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ