ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ । ରାଉରକେଲାକୁ ନେଇ ୩ଟି ପ୍ରମୁଖ ଦାବି ସମ୍ବଳିତ ପତ୍ର ଦେଇଥିବା ଜଣାପଡିଛି । ଦିଲୀପ ରାୟ ନିଜ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି। ସେ ତାଙ୍କର ଦାବି ପୂରା ହେବ ବୋଲି ଆଶା କରିଥିବା କହିଛନ୍ତି ।
୩ଟି ପ୍ରମୁଖ ଦାବି ହେଲା
୧- ରେଳବାଇର ରାଜସ୍ବ ବୃଦ୍ଧିରେ ରାଉରକେଲା ଓ ଏହାର ପଡ଼ୋଶୀ ଜିଲ୍ଲାଗୁଡ଼ିକର ବଡ଼ ଯୋଗଦାନ ରହିଛି। ଯାତ୍ରୀ ସେବା ଓ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ରାଉରକେଲା ଠାରେ ରେଳ ଡିଭିଜନ୍ର ଆବଶ୍ୟକତା ରହିଛି। ଏତଦ୍ ବ୍ୟତୀତ ରାଉରକେଲା ଠାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ହେବା ଦ୍ବାରା ଭଲ ପ୍ରଶାସନ, ସଂଯୋଗୀକରଣ ଓ ଖଣି ଅଞ୍ଚଳର ବିକାଶ ହୋଇପାରିବ।
୨- ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ର ସମ୍ପ୍ରସାରଣ ତ୍ବରାନ୍ବିତ ।
୩- ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ ଓ ଉନ୍ନତୀକରଣ ଦାବି ରହିଥିବା ସୂଚନା ମିଳିଛି ।