ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ପଛର କାରଣ ଆଉ ପାଣ୍ଡିଆନ ନୁହଁନ୍ତି ତ ? ସେ ନବୀନ ବାବୁଙ୍କ ଉପରେ ମାନସିକ ଚାପ ପକାଉନଥିଲେ ତ ? ପାଣ୍ଡିଆନ ତାଙ୍କୁ ଆଉ କୌଣସି ପ୍ରକାର ଔଷଧ ଦେଉନଥିଲେ ତ ? ଏଭଳି ଅନେକ ପ୍ରଶ୍ନ ମନକୁ ଆସୁଛି ଏବଂ ତା’ର ଉତ୍ତର ମଧ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଛି। କାରଣ ପାଣ୍ଡିଆନ ଏବେ ରାଜନୀତିରୁ ସନ୍ୟାସ ନେଲା ପରେ ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ମନେ ହେଉଛନ୍ତି।

ଯେବେଠୁ ନବୀନ ବାବୁଙ୍କ ଆଖପାଖରେ ପାଣ୍ଡିଆନ ନାହାଁନ୍ତି ସେବେଠୁ ସେ ସୁସ୍ଥ ଓ ସୁଖୀ ଜଣାପଡୁଛନ୍ତି। ନିର୍ବାଚନ ହାରିବା ପରେ ମଧ୍ୟ ସେ ପ୍ରାର୍ଥୀମାନଙ୍କ ସହ ଭଲରେ ମିଶୁଛନ୍ତି। ପୂର୍ବ ଭଳି ବିଚଳିତ କି ଇତସ୍ତତଃ ହେଉନାହାଁନ୍ତି। ସବୁ କଥା ଧୈର୍ଯ୍ୟର ଶୁଣୁଛନ୍ତି ଓ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ଏପରିକି ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଦେଢ଼ ଘଣ୍ଟା ସମୟ ଅତିବାହିତ କରିଥିଲେ। ପୂର୍ବାପେକ୍ଷା ବେଶ ସୁସ୍ଥ ଓ ଶାନ୍ତ ଅଛନ୍ତି।

ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ନେଇ ଏତେ ବଡ଼ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ, ତା’ର ମୂଳ କାରଣ ବୋଧହୁଏ ପାଣ୍ଡିଆନ ହିଁ ଥିଲେ। ଏପରିକି ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରକୃତରେ ଠିକ ଅଛି ନାହିଁ ଜାଣିବା ପାଇଁ ଏକ କମିଟି ଗଠନ କରିବାକୁ ବିଜେପି କହିଥିଲା। ହେଲେ ବାସ୍ତବତା ହେଉଛି ନବୀନ ବାବୁ କେବେ ଅସୁସ୍ଥ ନଥିଲେ, ପାଣ୍ଡିଆନ ହିଁ ତାଙ୍କୁ ଚାପ ପକାଇ ଅସୁସ୍ଥ କରି ରଖିଥିଲେ।

ତେବେ ପାଣ୍ଡିଆନ ଯିବା ପରେ ସବୁ ଗୁଜବ ଉପରୁ ଏବେ ପରଦା ଉଠିଛି। ବିଜେପି ଯେଉଁ କମିଟି ଗଠନ କରିବାକୁ କହିଥିଲା, ତାହା କେତେଦୂର କାର୍ଯ୍ୟକାରୀ ହେବ, ଏବେ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *