ଧଉଳି ଗଣଦୁଷ୍କର୍ମ ଘଟଣାରେ କ୍ରାଇମ ସ୍ପଟ୍ରେ ମହିଳା କମିଶନ ସଦସ୍ୟା । ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ ପରେ କ୍ରାଇମ ସ୍ପଟ୍ରେ ପହଞ୍ଚିଲେ ମହିଳା କମିଶନ ସଦସ୍ୟା । ଅନୁଧ୍ୟାନ ପରେ ମହିଳା କମିସନର କହିଛନ୍ତି ଘଟଣାକୁ ଗୁରୁତର ସହ ନିଆଯାଇଛି । ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ । ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ ନୁହେଁ । ଏସବୁକୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ଦରକାର । ପାଟ୍ରୋଲିଂ ବ୍ୟବସ୍ଥା ଆହୁରି ଅଧିକ ହେବାର ଆବଶ୍ୟକତା ରହିଛି । ଏହା ସହ ପୁଲିସ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରିଛି। ଅନ୍ୟପଟେ ଏହି ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଧଉଳି ଗଣଦୁଷ୍କର୍ମ ଘଟଣାରେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବିଭୁ ପ୍ରସାଦ ମିଶ୍ର ଓ କାଳନ୍ଦୀ ପାତ୍ର। ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି। ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସୂଚନା ଯୋଗ୍ୟ, ଧଉଳି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ଜଣେ ତାଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ। ଧଉଳିରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ପୁରୁଷ ବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ। ସେଠାରେ ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥରରେ ଛେଚି ରକ୍ତାକ୍ତ କରିଦେଇଥିଲେ। ଏହାପରେ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ପୀଡିତା ଓ ପୁରୁଷବନ୍ଧୁ ସେଠାରୁ ଯାଇ ଧଉଳି ଥାନାରେ ଅଭିଯୋଗ କରିଥିଲେ। Post navigation Minor Girl Gang-Raped in Bhubaneswar: ଭୁବନେଶ୍ବରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା; ଉଦବେଗ ପ୍ରକାଶ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ Odisha Vigilance: ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗରେ ପଟ୍ଟାମୁଣ୍ଡାଇ ଜେଇ ଗିରଫ