dharmendra-pradhan-became-national-villain

ୟୁଜିସି ଗାଇଡ୍ ଲାଇନ ୨୦୨୬ ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଖଳନାୟକ ପାଲଟି ଯାଇଛନ୍ତି। ଉତ୍ତରପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କୋଣଠେସା କରିବା ନିମନ୍ତେ ଏହି ନିର୍ଦ୍ଦେଶାବଳୀରେ ଜାଣିଶୁଣି ଓବିସିକୁ ସୁରକ୍ଷା ଦିଆଯାଇଥିଲା ବୋଲି ପ୍ରଚାର ଦାନା ଧରି ସାରିଛି। ବିହାର ନିର୍ବାଚନର ସଫଳତା ଧର୍ମେନ୍ଦ୍ରଙ୍କୁ ଯେଉଁ ମାଇଲେଜ ଦେଇଥୁଲା, ୟୁଜିସି ନିର୍ଦ୍ଦେଶାବଳୀ ତାହାକୁ ସମ୍ପୂର୍ଣ ଧୋଇଦେଲା ।

ଧର୍ମେନ୍ଦ୍ର ଜଣେ ଓବିସି ନେତା। ଶ୍ରୀକାନ୍ତ ଜେନାଙ୍କ ଅସଫଳ ପ୍ରୟାସ ପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ରାଜନୀତିରେ ଓବିସି ଭୋଟ ବ୍ୟାଙ୍କ ତିଆରି କରିବା ପାଇଁ ଗତ ୬ ବର୍ଷ ହେଲା ପ୍ରୟାସ କରିଆସୁଛନ୍ତି । ଓଡ଼ିଶାରେ ଜାତି ଓ ଶ୍ରେଣୀ ରାଜନୀତି ଦାନା ଧରିନାହିଁ । ବିହାର ଏବଂ ଉତ୍ତରପ୍ରଦେଶ ରାଜନୀତିଠାରୁ ଓଡ଼ିଶାର ରାଜନୀତି ସମ୍ପୂର୍ଣ ଅଲଗା। ଓବିସିଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଏକାଧ୍ଵ ଚିଠି ଲେଖୁଛନ୍ତି ଧର୍ମେନ୍ଦ୍ର। ନିଜ ଦଳର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଓବିସି କମିଶନ ପୁନର୍ଗଠନ ପାଇଁ ଚିଠି ମଧ୍ୟ ଲେଖୁ ସାରିଛନ୍ତି। କିନ୍ତୁ ଜାତୀୟ ରାଜନୀତିରେ ଓବିସି ହିଁ ଧର୍ମେନ୍ଦ୍ରଙ୍କୁ ଦଳ ଭିତରେ ଏବଂ ବାହାରେ ଭିଲିଆନ ବା ଖଳନାୟକ ବନାଇ ଦେଇଛି।

୨୦୨୫ ଚିଠାରେ କ୍ୟାମ୍ପସରେ ଜାତି ଆଧାରିତ ପକ୍ଷପାତ ଲାଗି ଓବିସିକୁ ସୁରକ୍ଷା ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା। କିନ୍ତୁ ୨୦୨୬ ଗାଇଡ୍‌ଲାଇନରେ ଏସ୍‌ସି, ଏସ୍ଟିଙ୍କ ସହ ଓବିସି ଛାତ୍ର, କର୍ମଚାରୀ ଏବଂ ଅଧ୍ୟାପକ ମାନଙ୍କୁ ଜାତି ଆଣ ଆକ୍ଷେପ କରାଗଲେ ଏଥିପାଇଁ ପ୍ରଚଣ୍ଡ ସୁରକ୍ଷା ବ୍ୟବସ୍ଥା ଖଞ୍ଜି ଦିଆଗଲା । ଅର୍ଥାତ କେବଳ ସବର୍ଣ୍ଣମାନେ ହିଁ ଜାତିଆଣ ଆକ୍ଷେପ କରନ୍ତି ବୋଲି ସ୍ପଷ୍ଟ କରିଦିଆଗଲା। ଉଚ୍ଚ ବର୍ଷର ଛାତ୍ର, କର୍ମଚାରୀ ଏବଂ ଅଧ୍ୟାପକମାନଙ୍କୁ ସମ୍ପୂର୍ଣ୍ଣ ଅସହାୟ କରିଦିଆଗଲା ଏହି ଗାଇଡ୍‌ଲାଇନରେ। ଏହି ନିୟମର ସମ୍ପୂର୍ଣ୍ଣ ଦୁରୂପଯୋଗ ହେବ ଏବଂ ଏହାଦ୍ବାରା ଉଚ୍ଚ ବର୍ଷର ଛାତ୍ରଛାତ୍ରୀମାନେ ସବୁଠୁ ବଡ଼ ଅଡ଼ୁଆରେ ପଡ଼ିବେ । ସାରା ଦେଶରେ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଲା। ହିନ୍ଦୁ ସମାଜକୁ ଭାଙ୍ଗିବା ପାଇଁ ରାହୁଲ ଗାନ୍ଧୀ ଯେଉଁ ପ୍ରକାର ଉଦ୍ୟମ କରୁଥିଲେ, ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଅନୁରୂପ ଉଦ୍ୟମ କରିଛନ୍ତି ବୋଲି ଧାରଣା ସୃଷ୍ଟି ହେଲା ।

ହରିଆଣା ଓ ମହାରାଷ୍ଟ୍ର ନିର୍ବାଚନରେ ଯୋଗୀଙ୍କ ସ୍ଲୋଗାନ ଥିଲା ଯେ ବଟେଙ୍ଗେ ତୋ କଟେଙ୍ଗେ। ଏହାଦ୍ଵାରା ଭାଜପା ବିରାଟ ନିର୍ବାଚନୀ ଫାଇଦା ପାଇଥିଲା । ମୋଦୀଙ୍କ ପରେ ଅନ୍ୟ ଜଣେ ଉଚ୍ଚତମ ନେତା ହେଲେ ଯୋଗୀ ଆଦି ତ୍ୟନାଥ। ମୋଦୀ ଯଦି ଆସନ୍ତାବର୍ଷ କ୍ଷମତାରୁ ଅପସରି ଯାଆନ୍ତି, ତେବେ ଯୋଗୀ ତାଙ୍କ ସ୍ଥାନ ପୂରଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିବାରୁ ଧର୍ମେନ୍ଦ୍ର ଏହାକୁ ରୋକିବା ପାଇଁ ହିନ୍ଦୁ ଭୋଟକୁ ଭାଙ୍ଗିବା ଲାଗି ଉଦ୍ୟମ କରିଥିବା ଅଭିଯୋଗ ଦାନା ଧରିସାରିଲାଣି।

ଜାନୁଆରୀ ୧୩ରୁ ୟୁଜିସି ନିୟମ ଲାଗୁ ହେଲା। କିନ୍ତୁ ଶିକ୍ଷାମନ୍ତ୍ରୀ ପାଟି ଖୋଲିଲେ ଜାନୁଆରୀ ୨୭ରେ। ନିୟମକୁ ସମର୍ଥନ କଲେ। କେବଳ ଏତିକି କହିଲେ ଯେ କ୍ୟାମ୍ପସରେ କାହା ପ୍ରତି ପକ୍ଷପାତ କରାଯିବ ନାହିଁ । କିନ୍ତୁ ୟୁଜିସି ନିୟମର ପ୍ରଚଣ୍ଡ ଦୁରୂପଯୋଗ ହେବ ବୋଲି ଖୋଦ୍ ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇସାରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟା ବାଗ୍‌ଚୀ କହିଛନ୍ତି, ଭେଦଭାବ ରୋକିବା ପାଇଁ ଅଣାଯାଇଥିବା ନିୟମ ଭେଦଭାବ ବଢ଼ାଇବ। ନୂଆ ବ୍ୟବସ୍ଥାରେ ଅସ୍ପଷ୍ଟତା ଅଛି । ଦୁରୂପଯୋଗର ଆଶଙ୍କା ଅଛି। କ’ଣ କହିବେ ଶିକ୍ଷା ମନ୍ତ୍ରୀ ? ଓବିସି ପ୍ରେମରେ ସବର୍ଣ୍ଣ ଛାତ୍ରଙ୍କୁ ସାବତ ପୁଅ ଦୃଷ୍ଟିରେ କାହିଁକି ଦେଖାଗଲା ?

ଧର୍ମେନ୍ଦ୍ରଙ୍କ ଯୋଗୁ ଭାଜପାର ଅଶେଷ କ୍ଷତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡ଼କୁ ଆଙ୍ଗୁଳି ଉଠିଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଭାଜପାକୁ ସମର୍ଥନ ଦେଇଆସୁଥିବା ୟୁଟୁବର୍ସ ସଞ୍ଜୟ ଦୀକ୍ଷିତ, ଅଜିତ ଭାରତୀ, ଅନୁପମ ମିଶ୍ରା, ପ୍ରଦୀପ ସିଂ ଏବଂ ହର୍ଷବର୍ଦ୍ଧନ ତ୍ରିପାଠୀଙ୍କ ପରି ଜନମତ ସୃଷ୍ଟିକାରୀ ଧର୍ମେନ୍ଦ୍ରଙ୍କୁ ହିଁ ଭିଲିଆନ ବୋଲି ଦର୍ଶାଉଛନ୍ତି। ୨୭ ତାରିଖ ଦିନ ୟୁଜିସି ନିୟମକୁ ସମର୍ଥନ କରିଥିଲେ ଧର୍ମେନ୍ଦ୍ର। କିନ୍ତୁ ୨୯ ତାରିଖ ଦିନ ସୁପ୍ରିମକୋର୍ଟ ଏହାକୁ ସ୍ଥଗିତ କରିଦେଲେ। ତେବେ କେଉଁ ଯୁକ୍ତିରେ ନିୟମକୁ ସମର୍ଥନ କରୁଥିଲେ ?

ଜାତୀୟସ୍ତରରେ ଭାରତୀୟ ଜନତା ପାର୍ଟି ଭିତରେ ଧର୍ମେନ୍ଦ୍ରଙ୍କୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଛି । ଅତ୍ୟଧିକ ଓବିସି ପ୍ରେମ ଏବଂ ଯୋଗୀ ବିରୋଧୀ ଚକ୍ରାନ୍ତ ଭାଜପାଠାରୁ ସବର୍ଷ ଭୋଟ ଦୂରେଇ ଦେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *