ଧର୍ମଗଡ଼ ଉପ-ଜିଲ୍ଲାପାଳ ଧୀମାନ ଚକମା ଗିରଫ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ  । ଏହା ପରେ ତାଙ୍କୁ ଗିରଫ ହୋଇଛନ୍ତି। ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ପ୍ରାୟ ୪୭ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି। ଏନେଇ ତନାଘନା ଯାଞ୍ଚ କରାଯାଇ ତାଙ୍କୁ ଗିରଫ କରାଯାଇଛି ।

ତେବେ ଧୀମାନ ଚକମାଙ୍କୁ ଆଜି କୋର୍ଟ ଚାଲାଣ କରିବ କଳାହାଣ୍ଡି ଭିଜଲାନ୍ସ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଜଶୱନ୍ତ ଜେଠୱା ।

ସୂଚନା ଯୋଗ୍ୟ; ଗିରଫ ଉପଜିଲ୍ଲାପାଳ ଧୀମାନ ଚକମା ୨୦୨୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ । ଉପଜିଲ୍ଲାପାଳ ଧୀମାନ ଜଣେ କ୍ରସର ମାଲିକଙ୍କଠାରୁ ୨୦ ଲକ୍ଷ ଟଙ୍କାର ଡିଲ କରିଥିଲେ। ଆଉ ପ୍ରଥମ ପର୍ଯ୍ୟାୟରେ ଡିଲ ଟଙ୍କା ବାବଦକୁ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ କାବୁ କରିଥିଲା ଭିଜିଲାନ୍ସ।

 

 

Leave a Reply

Your email address will not be published. Required fields are marked *