ଡିଏଫଓ ଗିରଫ । କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫଓ ନିତ୍ୟାନନ୍ଦ ନାୟକ ଗିରଫ । ୩ ଦିନ ହେବ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ୍। ଗିରଫ ପରେ ନିତ୍ୟାନନ୍ଦଙ୍କୁ ନିଆଗଲା କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଚଢାଉ ବେଳେ ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ବାର୍ଟର୍ସରୁ ମିଳିଛି ଗୋଟିଏ ବନ୍ଧୁକ । ଏହା ସହ ଡିଏଫଓଙ୍କ ୧୧୫ ପ୍ଲଟ ସହ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । ଜମି କାଗଜପତ୍ର ଓ ବ୍ୟାଙ୍କ ପାସବୁକ ମଧ୍ୟ ଜବତ କରାଯାଇଛି । ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍ ଡିଏଫଓ ନିତ୍ୟାନନ୍ଦ ନାୟକ । ଅନୁଗୁଳ, କେନ୍ଦୁଝର, ନୟାଗଡ଼ର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । Post navigation ରାଜ୍ୟପାଳଙ୍କୁ ଭେଟିଲେ ମୋହନ, ଯିବେ କେବେ ଦିଲ୍ଲୀ ? ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ