ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ । ମହାବିଜୟର ୧୨ ଦିନ ପରେ ଫଡନାବିସ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁମ୍ବାଇରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମହାରାଷ୍ଟ୍ର ରାଜ୍ୟପାଳ ସି. ପି. ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ତାଙ୍କ ସହ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ରାଜନାଥ ସିଂ, ନୀତିନ ଗଡକାରୀ, ନିର୍ମଳା ସୀତାରମଣ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ଚନ୍ଦ୍ରବାବୁ ନାଇଡୁ, ନୀତିଶ କୁମାର, ଯୋଗୀ ଆଦିତ୍ୟନାଥ, ଚିରାପ ପାଶୱାନ, ମୋହନ ମାଝୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ଏହାସହ ୭୦ରୁ ଅଧିକ ଭିଭିଆଇପି ଏବଂ ୪୦୦ରୁ ସାଧୁସନ୍ଥ ଓ ସିନେମା, କ୍ରୀଡ଼ା, ଶିଳ୍ପ ଜଗତରୁ ଅନେକ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଉପସ୍ଥିତି ରହିଛନ୍ତି ।

ଏହାକୁ ଦୃଷ୍ଟିରେ ରହି ୩,୫୦୦ ପୋଲିସ କର୍ମୀ, ୫୨୦ ଅଫିସର, ଷ୍ଟେଟ ରିଜର୍ଭ ପୋଲିସ ଫୋର୍ସର ଏକ ପ୍ଲାଟୁନ, କ୍ବିକ୍ ରେସପନ୍ସ ଟିମ୍, କମ୍ପାଟ ଟିମ୍, ଡେଲଟା ଟିମ୍, ବୋମା ନିଷ୍କ୍ରିୟ ସ୍କ୍ବାର୍ଡ ନିୟୋଜିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *