ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଲ ଦାସଙ୍କ ସମେତ କିର୍ମିରା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ପୁଲିସ ଅଟକ ରଖିଥିବା ମାମଲାରେ ହସ୍ତକ୍ଷେପ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଛତିଶଗଡ଼ ସରକାରଙ୍କୁ ଚିଠି ଲେଖି ଅଟକ ଥିବା ବିଶାଲ ଦାସ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ଛାଡ଼ିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ନବୀନ ଚିଠିରେ ଲେଖି କହିଛନ୍ତି, ମହାସମୁନ୍ଦ ଜିଲ୍ଲା ସାରେଇପାଲି ଥାନାରେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀଙ୍କ ପୁଅ ବିଶାଳ ଦାସଙ୍କ ସମେତ ସରପଞ୍ଚ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ପୋଲିସ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ମଧ୍ୟ ରହିଛନ୍ତି । ଆଜି ସକାଳେ ସେମାନେ ଅନସ୍ଥା ପ୍ରସ୍ତାବରେ ଭାଗ ନେବାର ଥିଲା । କିନ୍ତୁ ମଧ୍ୟରାତ୍ରିରୁ ସେମାନେ ଅଟକ ଥିବାରୁ ଅନାସ୍ଥା ପ୍ରସ୍ତାବରେ ଭାଗ ନେଇ ପାରିଲେନି। ତେଣୁ ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନବୀନ ଅନୁରୋଧ କରିଛନ୍ତି । ଏହା ସହିତ ସେମାନଙ୍କୁ ତୁରନ୍ତ ଛାଡିବା ସହ ଓଡ଼ିଶା ଆସିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିଷ୍ଣୁଦେଓ ସାଏଙ୍କୁ ପତ୍ର ଲେଖିଛନ୍ତି ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *