ଆଜି ପବିତ୍ର ରାକ୍ଷୀ ପୁର୍ଣ୍ଣିମା । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଆଜିର ଏହି ପବିତ୍ର ଦିନରେ ରାଜ୍ୟ ଅତିଥି ଭବନରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। Post navigation ଓଡ଼ିଶା ଫେରିବେ ବାଂଲାଦେଶରେ ଥିବା ଓଡ଼ିଆ ଶ୍ରମିକ ରାକ୍ଷୀପୂର୍ଣ୍ଣିମା ଅବସରରେ ମହିଳାଙ୍କ ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି