ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ଉଦ୍ୟମ । ଜଣେ ବ୍ୟକ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି। ଆଜି ସକାଳେ ଜନଶୁଣାଣି ସମୟରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଏହାପରେ ଆକ୍ରମଣକାରୀକୁ ଗିରଫ କରି ଦିଲ୍ଲୀ ପୋଲିସର ତଦନ୍ତ ଜାରି ରହିଛି। କିନ୍ତୁ ଆକ୍ରମଣ କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି। ସୂଚନା ଯୋଗ୍ୟ; ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅଭିଯୁକ୍ତ କିଛି କାଗଜପତ୍ର ଧରି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିରେ ପହଞ୍ଚିଥିଲେ। ଏହି ସମୟରେ ସେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବାକୁ ଚେଷ୍ଟା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭାଙ୍ଗି ଏହି ଘଟଣା ଘଟିଛି । ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ । ଘଟଣାର ତଦନ୍ତ ଚାଲିଛି ଏବଂ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି। Post navigation ଭୁବନେଶ୍ବରରେ ରିଙ୍ଗ ରୋଡକୁ ମଞ୍ଜୁରୀ ନେଇ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ନାବାଳିକାଙ୍କୁ ବିବାହ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣା: ଫେରାର ଏସଆଇ ଗିରଫ