ସୁରକ୍ଷାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୈଠକ । ଭାରତ ଦ୍ୱାରା ଆତଙ୍କବାଦୀଙ୍କ ବିରୁଦ୍ଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହି କାରଣରୁ ପାକିସ୍ତାନ କ୍ରମାଗତ ଭାବେ ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛି, ଯାହାକୁ ଭାରତୀୟ ବାୟୁସେନା କଡ଼ା ଜବାବ ଦେଉଛି।

ଏହାରି ମଧ୍ୟରେ ଯୁଦ୍ଧ ସ୍ଥିତିର ସମୀକ୍ଷା କରୁଛନ୍ତି ରାଜନାଥ ସିଂ । ସିଡିଏସ୍ ଏବଂ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରାଯାଇଛି। ଆଗକୁ ଅପରେସନ ‘ସିନ୍ଦୂର’ରେ ହୋଇପାରେ ବଡ଼ ଆକ୍ସନ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *