ୟୁନେସ୍କୋରେ ସ୍ଥାନ ପାଇଲା ଆଲୋକର ପର୍ବ ‘ଦୀପାବଳି’ । ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ‘ଦୀପାବଳି’ ସ୍ଥାନ ପାଇଛି । ଏନେଇ ‘X’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି । ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡିତ । ଏହା ଆମ ସଭ୍ୟତା ଓ ଧାର୍ମିକତାକୁ ପ୍ରତିପାଦିତ କରୁଛି । ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ ବୋଲି ମୋଦି କହିଛନ୍ତି । ୟୁନେସ୍କୋ ପକ୍ଷରୁ ସୋସିଆଲ ମିଡିଆରେ ଏହି ଘୋଷଣା କରାଯାଇଛି । ଅମୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକା ହେଉଛି ୟୁନେସ୍କୋ ର ଏକ ତାଲିକା ଯାହା ପିଢ଼ି ପରେ ପିଢ଼ି ଚାଲି ଆସୁଥିବା ପର୍ବ ପର୍ବାଣି, ରୀତିନୀତି, ସଙ୍ଗୀତ, ନୃତ୍ୟ, ହସ୍ତଶିଳ୍ପ ଏବଂ ସାଂସ୍କୃତିକ ପରମ୍ପରାକୁ ସ୍ୱୀକୃତି ଦେଇଥାଏ । Post navigation Malkangiri Violence: ମାଲକାନଗିରିରେ ଉତ୍ତେଜନା: ଆହୁରି ୨୪ ପାଇଁ ଇଣ୍ଟରନେଟ୍ କଟକଣାକୁ ବୃଦ୍ଧି କରିଛି ପ୍ରଶାସନ Mohammed Moquim: ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମଙ୍କ ଚିଠି; ଭକ୍ତ ଦାସଙ୍କ ନେତୃତ୍ଵ ନେଇ ଉଠାଇଲେ ପ୍ରଶ୍ନ