ବାତ୍ୟା ‘ମୋନ୍ଥା’ ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି । ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି । ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣ ଶେଷ ତାରିଖ ଥିବା ବେଳେ ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ସ୍କୁଲ ଏବଂ କଲେଜକୁ ଚିଠି ଲେଖିଛନ୍ତି । ୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଚାଲିଛି। ବାତ୍ୟା ମୋନ୍ଥା ପାଇଁ ଅନେକ କଲେଜ କର୍ତ୍ତୃପକ୍ଷ ଯୁକ୍ତ ୨ ଏକ୍ସ-ରେଗୁଲାର ପରୀକ୍ଷା ନିମନ୍ତେ ଫର୍ମ ପୂରଣର ଶେଷ ତାରିଖକୁ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ । ତମାମ ଅନୁରୋଧକୁ ନଜରରେ ରଖି ସିଏଚଏସଇ କର୍ତ୍ତୃପକ୍ଷ ଫର୍ମ ପୂରଣ ଶେଷ ତାରିଖ ନଭେମ୍ବର ୩କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଫର୍ମ ପୂରଣ ପାଇଁ ପୂର୍ବ ନିର୍ଦ୍ଧାରିତ ଫାଇନ୍ ୨୦୦ ଏବଂ ୬୦୦ ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି । କଲେଜଗୁଡ଼ିକୁ ସଂଶୋଧିତ ସମୟସୂଚୀକୁ କଡ଼ାକଡ଼ି ଅନୁସରଣ କରିବାକୁ ଏବଂ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସୁଗମ ସମନ୍ୱୟ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। Post navigation Montha Cyclone: ବାତ୍ୟା ମୋନ୍ଥା ଦ୍ବାରା ୩୩ ବ୍ଲକ୍ ଓ ୧୧ ସହରାଞ୍ଚଳ ହୋଇଛି ପ୍ରଭାବିତ: ସୁରେଶ ପୂଜାରୀ Goods Train Derailed: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ; ଟ୍ରାକରୁ ବାହାରିଗଲା ଟ୍ରେନର ୧୦ ବଗି