ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଭିତରୁ ଡାଲ୍ଡା ଘିଅ ଜବତ କରାଯାଇଛି । ଏହି ଘଟଣାରେ ଜନୈକ ମହାସୁଆର ସେବକଙ୍କୁ ପଚରାଉଚରା କରାଯାଉଛି । ଏହି ଘଟଣା ପରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି । ପୂର୍ବରୁ, ପୁରୀ ଶ୍ରୀମନ୍ଦିରରେ କେବଳ ଓମ୍ଫେଡ୍ ଘିଅର ବ୍ୟବହାର ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମ୍ଫେଡ୍ ଘିଅ ବ୍ୟବହାର କରାଯିବ । ଶ୍ରୀମନ୍ଦିର ଭିତରକୁ ଅନ୍ୟ ଘିଅ ନେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଥିଲା । ଶ୍ରୀମନ୍ଦିର ଭିତରେ କେବଳ ଓମ୍ଫେଡ୍ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଡାଲଡା ର ବ୍ୟବହାର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ନିୟମ ଉଲ୍ଲଂଘନ କରୁଛି ବୋଲି କୁହାଯାଇଛି । Post navigation 15th Finance Commission: ଓଡିଶାକୁ ପଞ୍ଚଦଶ ଅର୍ଥ କମିଶନଙ୍କ ୪୪୪ କୋଟି ଟଙ୍କା ମଞ୍ଜୁର