ସାତକୋଶିଆରେ ରେଞ୍ଜରେ ଶେଷ ହେଲା କୁମ୍ଭୀର ଗଣନା। ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି। ଏହି ଗଣନା ପରେ ସମୁଦାୟ ୧୯ ଟି କୁମ୍ଭୀର ମଧ୍ୟରୁ ୩ଟି ବୟସ୍କ ଓ ୮ ଶାବକ ଘଡିଆଳ କୁମ୍ଭୀର ରହିଥିବା ବେଳେ ୫ଟି ବୟସ୍କ ଓ ୩ ଶାବକ ଗୁମୁହା କୁମ୍ଭୀର ଥିବା ନେଇ ବନବିଭାଗର ସୂଚନା। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ବାରଣ କରାଯାଇଛି। କୁମ୍ଭୀର ଗଣନାରେ ୧୪ଟି ଟିମର ମୋଟ ୭୦ କର୍ମଚାରୀ ନିୟୋଜିତ ହୋଇଥିଲେ। ଏହା ସହ ମହାନଦୀରେ ବୋଟିଂ କିମ୍ବା ମାଛ ଧରିବାକୁ ବି ବାରଣ କରାଯାଇଛି । ସୂଚନା ଯୋଗ୍ୟ; ଚଳିତ ବର୍ଷ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା ସାତକୋଶିଆର ରେଞ୍ଜ ଅଧୀନ ମାରଡ଼ା ଠାରୁ ଶୀତଲପାଣି, ଶୀତଲପାଣି ଠାରୁ ହରଭଙ୍ଗା ଏବଂ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ ତିନି ଭାଗରେ ତିନୋଟି ଟିମକୁ ଭାଗ କରାଯାଇ ମାଛ ମରା ଡଙ୍ଗାରେ ବିଭିନ୍ନ ଉପକରଣ ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଛି । Post navigation ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ନୂଆ ପଦକ୍ଷେପ ହଂସିତାଙ୍କ ବିଜେଡି ଲିଙ୍କ; କିଏ ସେ ପୂର୍ବତନ ମନ୍ତ୍ରୀ?