ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଧମକ ଦେବା ଘଟଣାରେ ଗୁଗଲ୍କୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । କେଉଁ ଆଇପି ଠିକଣାରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଡିଜିପି ସମ୍ମିଳନୀ ପାଇଁ ପନ୍ନୁ ଧମକ ଦେଇଥିବା ପରେ ଦ୍ୱିତୀୟ ଥର ପୁଣି ପନ୍ନୁ ନାଆରେ ମେଲ ଆସିଥିବା ଧମକକୁ ନେଇ ବି ତଥ୍ୟ ମଗାଯାଇଛି । ଏହା ସହ ଆବଶ୍ୟକ ପଡିଲେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ତଦନ୍ତ କରିବା ନେଇ ସୂଚନା ମିଳିଛି । ସୂଚନା ଯୋଗ୍ୟ; ଭୁବନେଶ୍ୱରରେ ଚାଲିଥିବା ଡିଜିପି କନଫରେନ୍ସକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟ କରିଥିଲା । ଏହାପରେ ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁ ନାଁରେ ଓଡ଼ିଆ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଏବଂ ନବୀନ ଦାସଙ୍କ ପାଖକୁ ଆସିଥିଲା ମେଲ୍। ସାମ୍ବାଦିକଙ୍କ ପାଖକୁ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଆସିଥିବା ଧମକପୂର୍ଣ୍ଣ ଇ-ମେଲକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। Post navigation ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ରାଜ୍ୟରେ ଖାଲି ପଡିଛି ୫୦୧୪ ଡାକ୍ତର ପଦବୀ