ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସର ପୁରୁଣା କଲ୍ ଡିଟେଲ ଖୋଲିଲା କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ପୂର୍ବର କଲ୍ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ । ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହ କଥା ହୋଇଛି ଜେରା ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ବି.କେ ମଲ୍ଲିକ । ଗତକାଲି ଠାରୁ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସର ପରିବାରକୁ କ୍ରାଇମବ୍ରାଞ୍ଚ ବ୍ରହ୍ମପୁରରେ ପଚରାଉଚରା କରିଛି । ଗୋପାଳର ବଡ଼ଭାଇ ସତ୍ୟ ନାରାୟଣ ସହ ପୁତୁରାକୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଗତକାଲି ଟାଉନ ଥାନାରେ ପଚରାଉଚରା କରିଥିବା ସୂଚନା ରହିଛି । ଏହା ସହ ସତ୍ୟ ନାରାୟଣ କାମ କରୁଥିବା ହୋଟେଲରେ ମଧ୍ୟ ପଚରାଉଚରା କରାଯାଇଥିବା ଜଣାପଡିଛି । Post navigation ପହଲଗାମ ଆକ୍ରମଣ: ସାମିଲ ଥିବା ୨ ଆତଙ୍କୀର ଘର ଉଡ଼ାଇଲେ ସୁରକ୍ଷାକର୍ମୀ ରାଜ୍ୟରେ ଗଠିତ ହେଲା ୪୬ଟି ସିଭିଲ୍ ଜଜ୍ କୋର୍ଟ