ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ। କାଲି ଅଫିସ୍କୁ ଡାକି ନିହାରଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ୍ । ନିହାରଙ୍କ ଲ୍ୟାପଟପରୁ ଲିକ୍ ହୋଇଥିଲା ଓଟିଇଟି ପ୍ରଶ୍ନପତ୍ର। ଯାହାକୁ ନେଇ ଖୋଳତାଡ କରୁଥିଲା କ୍ରାଇମବ୍ରାଞ୍ଚ। ଦୁଇ ଦୁଇ ଥର ଜେରା ପରେ ନିହାରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। ସୂଚନା ଯୋଗ୍ୟ; ଚଳିତମାସ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ କରିଦେଇଥିଲେ । ଏହା ପରେ ଏହି ମାମଲାରେ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଏହି ମାମଲାରେ ଜିତନ ମହାରଣା ସମେତ ୬ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ କ୍ରାଇମ୍ବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଚାରି ଥର ଜେରା କରିସାରିଥିଲା। ଏହା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । Post navigation ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା MVI ରେଲଓ୍ୱେ ଟ୍ରାକ୍ ଉଡାଇଦେଲେ ମାଓବାଦୀ