ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ (NDA) । ସି.ପି ରାଧାକ୍ରିଷ୍ଣନ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ । ଏ ନେଇ ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସଂସଦୀୟ ବୋର୍ଡ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ରାଧାକ୍ରିଷ୍ଣନ ୨୧ ଅଗଷ୍ଟରେ ନାମାଙ୍କନ ଦାଖଲ କରିବେ । ଏହି ଅବସରରେ ଏନଡିଏ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ । ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି ସି.ପି ରାଧାକ୍ରିଷ୍ଣନ। ସେ ତାମିଲନାଡୁର ପୂର୍ବତନ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ। କୋଏମ୍ବାଟୁର ସଂସଦୀୟ କ୍ଷେତ୍ରରୁ ୨ ଥର ନିର୍ବାଚିତ ହୋଇଥିଲେ। ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ଅଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୯ ସେପ୍ଟେମ୍ବରରେ ମତଦାନ ହେବ । ସେହି ଦିନ ଭୋଟ୍ ଗଣତି ମଧ୍ୟ ହେବ । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ୨୧ ଅଗଷ୍ଟ ହେବ । Post navigation ନବୀନ ପଟ୍ଟନାୟକ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି ସୂଚନା ଆୟୁଷ୍ମାନ ଯୋଜନାରେ ହନ୍ତସନ୍ତ ହେଉଛନ୍ତି ଲୋକେ: ଭକ୍ତ ଦାସ