ନାରୀ ନିର୍ଯାତନା’କୁ କଂଗ୍ରେସ ସଫଳତାର ସହ ଏକ ଜାତୀୟ ଇସ୍ୟୁ କରିଦେଲା । କେବଳ ଜାତୀୟ ଇସ୍ୟୁ ନୁହେଁ, ଆନ୍ତର୍ଜାତିକ ଇସ୍ୟୁ କରିବାରେ ସଫଳ ହେଲା କଂଗ୍ରେସ। ଆମେରିକା ତା’ର ନାଗରିକମାନଙ୍କୁ ଓଡ଼ିଶା ନଯିବା ପାଇଁ ପରାମର୍ଶ ଦେଇଛି । ଓଡ଼ିଶା ସମେତ ଭାରତର ୫ଟି ରାଜ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଆମେରିକାର ସତର୍କ ସୂଚନା ରାଜ୍ୟ କଂଗ୍ରେସ ପାଇଁ ଏକ ବଡ଼ ସଫଳତା ବୋଲି ରାଜନୈତିକ ବିଶେଷଜ୍ଞମାନେ ମନେ କରୁଛନ୍ତି ।

ଓଡ଼ିଶାର ରାଜନୈତିକ ଚିତ୍ରପଟ୍ଟରେ ବିଜୁ ଜନତା ଦଳକୁ ସମ୍ପୂର୍ଣ୍ଣ ପଛକୁ ଠେଲିଦେଇ ସାରିଛି କଂଗ୍ରେସ। ସମବେଦନା ଜୁଟାଇବା ପାଇଁ ସଭାପତି ନବୀନ ୫୧ ବିଧାୟକ ବିଶିଷ୍ଟ ବିଜୁ ଜନତା ଦଳ ଲୋକଙ୍କ ପଟନାୟକଙ୍କ ଅସ୍ତ୍ରୋପଚାରକୁ ଆୟୁଧ କରିଥିବାବେଳେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳଠାରୁ ଯଥେଷ୍ଟ ଆଗେଇ ଯାଇସାରିଛି ।

ଭକ୍ତଚରଣ ଦାସ ଯେତେବେଳେ ପିସିସି ସଭାପତି ହେଲେ ସେତେବେଳେ କେହି ଭାବି ନଥିଲେ ଯେ ନାରୀ ନିର୍ଯାତନାକୁ ଏକ ପ୍ରସଙ୍ଗ ଭାବେ ଏତେ ଉପରକୁ ନେଇପରି କଂଗ୍ରେସ। ଭକ୍ତଙ୍କ ନିଜ ଦଳର ନେତାମାନେ ମଧ୍ୟ ଆଗ୍ରହୀ ନଥିଲେ ଏହାକୁ ଇସ୍ୟୁ କରିବା ପାଇଁ ଭକ୍ତ ନିର୍ଭୟକୁ କହିଛନ୍ତି ଯେ ମହିଳାଙ୍କ ପ୍ରାଥମିକତା ସୁରକ୍ଷା। ବିଜଦ ଶକ୍ତି ମିଶନ ଉପରେ ଭରସା କରିଥିଲା। ଭାଜପା ସୁଭଦ୍ରା ଉପରେ ଭରସା କରିଛି। ‘ଆମେ ଚାହୁଁଛୁ ସୁରକ୍ଷିତ ଓଡ଼ିଶା ଓ ସୁରକ୍ଷିତ ମହିଳା’।

ବିଧାନସଭାକୁ ନାରୀ ସୁରକ୍ଷା ପ୍ରଶ୍ନ ଉପରେ ଅଚଳ କରିଦେଲା କଂଗ୍ରେସ। ଏଥିପାଇଁ ଦଳର ୧୪ ଜଣଯାକ ବିଧାୟକ ନିଲମ୍ବିତ ହେଲେ । କଂଗ୍ରେସର ଅନେକ ପୁରୁଖା ନେତା ଭକ୍ତଙ୍କ ଏହି କୌଶଳକୁ ଭିତିରିଆ ବିରୋଧ ମଧ୍ୟ କରିଥିଲେ । କିନ୍ତୁ କଂଗ୍ରେସ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କଲା। ମୁଖ୍ୟ ବିରୋଧୀ ଦଳ ହୋଇ ବିଜଦ ହୋଇଗଲା କୋଣଠେସା । ଏଥିପାଇଁ ବିରୋଧୀ ଦଳ ନେତା ନବୀନ ପଟନାୟକ ସମ୍ପୂର୍ଣ ଦାୟୀ । ବିଜଦଠାରୁ ଏକ ସ୍ପେସ୍ ବାହାର କରିଆଣିବାରେ ଭକ୍ତ ସମର୍ଥ ହେଲେ।

ପ୍ରାରମ୍ଭିକ ସ୍ତରରେ କଂଗ୍ରେସର ଯୁକ୍ତି ଥିଲା ଯେ ଓଡ଼ିଶାରେ ପ୍ରତିଦିନ ବଳାତ୍କାର ବଢ଼ୁଛି । ମହିଳା ନିଖୋଜ ହେଉଛନ୍ତି । ନାରୀ ଏଠି ସୁରକ୍ଷିତ ନୁହେଁ । ଯଦିଓ ଏହି ତଥ୍ୟ ପୁର୍ବ ସରକାର ଅମଳରେ ତଥାପି କଂଗ୍ରେସର ସମାଲୋଚନାର ସଠିକ ଜବାବ ଭାଜପା ଦେଇପାରିଲା ନାହିଁ । ଯୋଗକୁ ଗୋପାଳପୁର ବେଳାଭୂମି ଗଣବଳାତ୍କାର ମାମଲା ସାମ୍ନାକୁ ଆସିଲା ।

ଏହା ପୂର୍ବରୁ ଅନ୍ୟ କେତେକ ଜିଲାରେ ମଧ୍ୟ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । କିନ୍ତୁ ବିଜଦ ଗୋପାଳପୁର ମାମଲାରେ ସମ୍ପୂର୍ଣ ନିରବ ହୋଇଯି ବା ののの旬 କଂଗ୍ରେସ ଏହାକୁ ଜାତୀୟ ସ୍ତରକୁ ନେଇଗଲା । ଭକ୍ତ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କଲେ। ଏଆଇସିସି ଏକ ୫ ଜଣିଆ ମହିଳା କମିଟି ଗଠନ କରି ଓଡ଼ିଶା ପରିସ୍ଥିତି ଅନୁଧ୍ୟାନ କରିବାକୁ ପଠାଇଲା । ଏହି ଟିମ୍ ଏବେବି ଓଡ଼ିଶାରେ ଅଛି। ଇତିମଧ୍ୟରେ ଆମେରିକା ପ୍ରଶାସନ ଲେବୁଲ୍ – ୨ ଯାତ୍ରା ସତର୍କ ସୂଚନା ଜାରି କରିଛି। ଏଥିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ‘ଧର୍ଷଣ ଓଡ଼ିଶାରେ ସବୁଠୁ ବଢ଼ୁଥିବା ଅପରାଧ ହୋଇଛି। ହିଂସାକାଣ୍ଡ ସହିତ ଯୌନ ଯାତନା ଘଟୁଛି। ବିଶେଷକରି ପର୍ଯ୍ୟଟନସ୍ଥଳୀରେ ଏଭଳି ଘଟଣା ଘଟୁଥିବାରୁ ସତର୍କ ରହି ରହିବାକୁ ଆମେରିକା ତା’ର ନାଗରିକଙ୍କୁ ପରାମର୍ଶ ଦେଇଛି। ଏଥି ସହିତ ଆମେରି ଆତଙ୍କବାଦୀ ଆକ୍ରମଣ କଥା ଉଲ୍ଲେଖ କରିଛି।

ଯେଉଁ ୬ଟି ରାଜ୍ୟ କଥା ଉଲ୍ଲେଖ କରିଛନ୍ତି ଆମେରିକା ପ୍ରଶାସନ ସେଥିମଧ୍ଯରେ ଅଛି ଓଡ଼ିଶା । ଅନ୍ୟ ୫ଟି ରାଜ୍ୟ ହେଲା ବିହାର, ଝାରଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମେଘାଳୟ।

ଏପର୍ଯ୍ୟନ୍ତ କଂଗ୍ରେସକୁ ଭାରତୀୟ ଜନତା ପାର୍ଟି ହାଲୁକା ଭାବେ ନେଇଛି ଓଡ଼ିଶାରେ। ବିଜୁ ଜନତା ଦଳ ବିକାହୁଆ ଜନତା ଦଳରେ ପରିଣତ ହୋଇସାରିଛି। ଏହାର ଦିଗ ନାହିଁ କି ନେତା ବି ନାହାନ୍ତି । ନହେଲେ ସଭାପତି ନବୀନ ପଟନାୟକଙ୍କ ଅସ୍ତ୍ରୋପଚାରକୁ ନେଇ ମୁଖ୍ୟ ବିରୋଧୀ ଦଳ ଏଭଳି ଦୃଷ୍ଟିକଟୁ ତାମ୍‌ସା କଦାପି କରି ନଥାନ୍ତା। ଅନ୍ୟ ପକ୍ଷରେ କଂଗ୍ରେସ ଭକ୍ତଙ୍କ ନେତୃତ୍ୱରେ ଧୀରେ ସୁସ୍ଥେ  ବିଜଦର ସ୍ଥାନ ନେବାକୁ ଆରମ୍ଭ କରିଛି।

ଭକ୍ତ ନିର୍ଭୟକୁ କ‌ହିଛନ୍ତି, ଆଗାମୀ ଦିନରେ ମହିଳା ସୁରକ୍ଷା ଓ ନିର୍ଯାତନା କଂଗ୍ରେସର ଆନ୍ଦୋଳନ ପାଇଁ ବଡ଼ ଅସ୍ତ୍ର ହେବାକୁ ଯାଉଛି। ଯଦି ଭାଜପା ସରକାର ଆଇନ ଶୃଙ୍ଖଳାକୁ କଡ଼ାକଡ଼ି ନ‌କରିବେ ଏବଂ ମହିଳା ନିର୍ଯାତନା ରୋକିବା ପାଇଁ ଠୋସ କାର୍ଯ୍ୟକ୍ରମ ଗ୍ରହଣ ନକରିବେ, ତେବେ କଂଗ୍ରେସ ବଡ଼ ବିପଦ ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *