ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା ତେଜିବାରେ ଲାଗିଲାଣି। ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ମାଡ଼ ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବି କରି କଂଗ୍ରେସର ବିରୋଧ ପ୍ରଦର୍ଶନ କରାଯାଇଛି । ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଗିରଫ ଦାବି କରି ରାଜଭବନ ଆଗରେ ଛାତ୍ର ଓ ଯୁବ କଂଗ୍ରେସର ଆନ୍ଦୋଳନ କରାଯାଇଛି। ଘଟଣାର ସପ୍ତାହେ ପରେ ବି କାର୍ଯ୍ୟନୁଷ୍ଠାନ ନିଆଯାଉନଥିବାରୁ ରାଜଭବନ ଆଗରେ ଧାରଣା ଦେଇଛି ଛାତ୍ର କଂଗ୍ରେସ ।

ଅନ୍ୟପଟେ କାଲି ରାଜ୍ୟ ସରକାର ମାଡ ଖାଇଥିବା ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *