ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ପୁଣି ତେଜିଛନ୍ତି ଯୁବ ଏବଂ ଛାତ୍ର କଂଗ୍ରେସ କର୍ମୀ । ରାଜ୍ୟପାଳଙ୍କ ପୁଅର ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରି ରାଜଭବନ ଘେରାଉ ପାଇଁ ଯିବା ବେଳେ ମୁହାଁମହିଁ ହୋଇଛନ୍ତି କଂଗ୍ରେସ କର୍ମୀ ଓ ପୋଲିସ । ଯୁବ ଏବଂ ଛାତ୍ର କଂଗ୍ରେସ ରାଜଭବନ ଘେରାଉ ପାଇଁ ବ୍ୟାରିକେଡ ଉପରେ ଚଢି ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ମଧ୍ୟରେ ପୋଲିସ୍ କର୍ମୀ ଓ କଂଗ୍ରେସ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଭୁବନେଶ୍ବର ପାୱାର ହାଉସ୍ ଛକରୁ ପୋଲିସ୍ କିଛି କଂଗ୍ରେସ କର୍ମୀଙ୍କୁ ଉଠାଇନେଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ; ଗତ ଜୁଲାଇ ୭ ତାରିଖ ରାତିରେ ପୁରୀସ୍ଥିତ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ସହାୟକ ସେକ୍ସନ ଅଧିକାରୀଙ୍କୁ ମାଡମାରି ଆହତ କରିଥିବା ଘଟଣା ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। Post navigation ସ୍ବେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ କୁମାର ଷଡଙ୍ଗୀ ନକ୍ସଲ ମୁକାବିଲା ପାଇଁ ଫୋର୍ସ ହେଲିକପ୍ଟରର ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ