ଲୋକସଭାରେ ସମ୍ବିଧାନକୁ ନେଇ ଚାଲିଥିବା ବିତର୍କ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବକ୍ତବ୍ୟକୁ ନେଇ କଂଗ୍ରେସ ତୁମ୍ବି ତୋଫାନ କରିବା ସହ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଛନ୍ତି, ଗୌରବ ଯାତ୍ରାର ୭୫ ବର୍ଷ ପୂର୍ତ୍ତି ନେଇ ଗୃହରେ ସମ୍ବିଧାନ ସଂପର୍କରେ ଆଲୋଚନା ହୋଇଥିଲା। ତେବେ କଂଗ୍ରେସ ଯେଭଳି ତଥ୍ୟକୁ ବିକୃତ କରିଛି ତାହାକୁ ମୁଁ ନିନ୍ଦା କରୁଛି। ଅମିତ ଶାହ କହିଛନ୍ତି, କଂଗ୍ରେସ ଏକ ସମ୍ବିଧାନ ବିରୋଧୀ ଦଳ। ସାବରକରଙ୍କୁ ଅପମାନିତ କରିଥିଲା କଂଗ୍ରେସ ।

ଜରୁରୀକାଳୀନ ପରିସ୍ଥିତି ଆଣି କଂଗ୍ରେସ ସମ୍ବିଧାନକୁ ଉଲ୍ଲଂଘନ କରିଛି। ସେନାକୁ ଅପମାନିତ କରିଥିଲା। ଅନେକ ଥର ବାବାସାହେବଙ୍କୁ ଅପମାନିତ କରିଥିଲା ।

ଅମିତ ଶାହ କହିଛନ୍ତି, ୧୯୫୧-୫୨ ନିର୍ବାଚନରେ କଂଗ୍ରେସ ବାବାସାହେବଙ୍କୁ ହରାଇବାକୁ ଚେଷ୍ଟା କରିଥିଲା। ବାବା ସାହେବଙ୍କୁ ଭାରତ ରତ୍ନ ଦେବାକୁ କଂଗ୍ରେସ ବିରୋଧ କରିଥିଲା। କଂଗ୍ରେସ ବାବା ସାହେବଙ୍କୁ ବିରୋଧ କରିବା ସହ ସମ୍ବିଧାନକୁ ବିରୋଧ ଜାରି ରଖିଛି। ଦେଶରେ ନେହେରୁ, ଇନ୍ଦିରା, ରାଜୀବଙ୍କ ଅନେକ ସ୍ମାରକୀ ନିର୍ମାଣ ହୋଇଥିଲେ ମଧ୍ୟ ଆମ୍ବେଦକରଙ୍କ ସ୍ମାରକୀ ନିର୍ମାଣ ହୋଇନଥିଲା। ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ବାବାସାହେବ ପଞ୍ଚତନ୍ତ୍ରର ବିକାଶ କରିଛନ୍ତି। ନାଗପୁରରେ ଦୀକ୍ଷା ଭୂମିର ବିକାଶ ହୋଇଥିଲା । ନଭେମ୍ବର ୧୯, ୨୦୧୫ରେ ପ୍ରଧାନମନ୍ତ୍ରୀ ସମ୍ବିଧାନ ଦିବସ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *