ଆଜି କଂଗ୍ରେସର ନୂତନ ମୁଖ୍ୟ କାର୍ଯ୍ୟାଳୟ ‘ଇନ୍ଦିରା ଭବନ’କୁ ଉଦଘାଟନ କରିଛନ୍ତି ସୋନିଆ ଗାନ୍ଧୀ । ନୂଆଦିଲ୍ଲୀର ୯ (ଏ) – କୋଟଲା ରୋଡରେ ନିର୍ମାଣ କରାଯାଇଛି ଇନ୍ଦିରା ଭବନ । ୨୫୨ କୋଟି ବ୍ୟୟରେ ନିର୍ମାଣ କରାଯାଇଛି କଂଗ୍ରେସ ଭବନ। ଏହି ଉଦଘାଟନୀ ସମାରୋହରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ , ରାହୁଲ ଗାନ୍ଧିଙ୍କ ସମେତ ପ୍ରାୟ ୪୦୦ ନେତା ଉପସ୍ଥିତ ରହିଥିଲେ । ଦୀର୍ଘ ୪୭ ବର୍ଷ ଧରି ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡରେ ରହିଥିବା ବେଳେ ଏବେ ୯ (ଏ)-କୋଟଲା ରୋଡ୍ କୁ ସ୍ଥାନାନ୍ତରଣ କରାଯାଇଛି । ନୂତନ କାର୍ଯ୍ୟାଳୟକୁ ‘ଇନ୍ଦିରା ଭବନ’ ନାମରେ ନାମିତ କରାଯାଇଛି । ୨୦୦୯ ଡିସେମ୍ବର ୨୮ରେ ସୋନିଆ ଗାନ୍ଧି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କଂଗ୍ରେସର ଏହି ନୂଆ ହେଡକ୍ଵାର୍ଟରରେ ଅନେକ ଅତ୍ୟାଧୁନିକ ସୁବିଧା ରହିଛି । ଏଥିରେ ବିଶାଳ ବୈଠକ କୋଠରୀ, ହାଇଟେକ୍ ଅଡ଼ିଟୋରିୟମ, ଅଭ୍ୟର୍ଥନା କକ୍ଷ, କ୍ୟାଣ୍ଟିନ୍, ମିଡ଼ିଆ ପ୍ରଭାରୀ ଅଫିସ୍ ରହିଛି । ସେହିପରି ଟିଭି ଆଲୋଚନା ପାଇଁ ସାଉଣ୍ଡ ପ୍ରୁଫ୍ ଷ୍ଟୁଡିଓ କରାଯାଇଛି । ଏହା ସହିତ ଗଣାମାଧ୍ୟମ ପ୍ରତିନିଧି ଏବଂ କ୍ୟାମେରମ୍ୟାନଙ୍କ ବସିବା ନିମନ୍ତେ କୋଠରୀ ମଧ୍ୟ ରଖାଯାଇଛି । ଏହା ସହିତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି । Post navigation ଅନାସ୍ଥା ପଛରେ ରହିଛି ଦୀପାଳି ଓ ବିଶାଳଙ୍କ ହାତ; ଅଭିଯୋଗ ଆଣିଲେ ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା କେନ୍ଦୁଝରରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ