କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କଂଗ୍ରେସ୍ ଡ଼ାକିଲା CWC ବୈଠକ । ଆଜି ଆମେରିକା ଗସ୍ତରୁ ଫେରୁଛନ୍ତି ରାହୁଲ ଗାନ୍ଧୀ । ଫେରିବା ପରେ ଆସନ୍ତାକାଲି ବସିବ CWCର ଜରୁରୀକାଳୀନ ବୈଠକ ।

ଏହାପୂର୍ବରୁ ଆଜି ଆତଙ୍କବାଦୀ ଆକ୍ରମଣକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଥିଲେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ଏହା ସହ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଜମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ତାରିକ କରାଙ୍କ ସହ ମଧ୍ୟ କଥା ହୋଇ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହିତ ସମସ୍ତ ପ୍ରକାରର ସାହାଯ୍ୟ ଏବଂ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ ।

Leave a Reply

Your email address will not be published. Required fields are marked *