ଦୀପାବଳି ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ । ଲାଇସେନ୍ସ ନ ଥିବା ବାଣ ଗୋଦାମ ଗୁଡ଼ିକ ଉପରେ ଚଢ଼ାଉ ହୋଇଛି ପୋଲିସ। ବେଆଇନ ଭାବେ ଗଚ୍ଛିତ ବାଣ ଜବତ ପାଇଁ ପୁଲିସ ଚଢ଼ଉ କରୁଛି। ଏହା ସହିତ ବାଣ ଦୋକାନ ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ୩ ଦିନ ବାଣ ବିକ୍ରି ପାଇଁ ବ୍ୟବସାୟୀଙ୍କୁ ମିଳିଛି ଅନୁମତି । ଏଥର ଦେଶୀ ବାଣ ନୁହେଁ କେବଳ ସବୁଜ ବାଣ ବିକ୍ରି କରିପାରିବେ ବ୍ୟବସାୟୀ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।

ଡିସିପି କହିଛନ୍ତି ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛନ୍ତି। ସେଥିମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି ବୋଲି ଡିସିପି କହିଛନ୍ତି । ବାଣ ବିକ୍ରି ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କମିଶନରେଟ୍ ପୁଲିସ ପକ୍ଷରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ରାଜଧାନୀର ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ନିଷ୍ପତି ହୋଇଛି । ପୁଲିସର ନିୟମ ଅନୁଯାୟୀ ବାଣ ଦୋକାନ ମଧ୍ୟରେ ଅତି କମରେ ୫୦ ଫୁଟ୍ ଦୂରତା ରହିବା ଆବଶ୍ୟକ । କୌଣସି ଦୋକାନୀ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ । ଅଗ୍ନିଶମ ବିଭାଗ ଓ ବିଏମସିର ସମସ୍ତ ନିୟମ ପାଳନ କରିବାକୁ ଦୋକାନୀ ବାଧ୍ୟ। କୌଣସି ନିୟମର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *