ରାଜ୍ୟରେ ହଇଜା ମାଡ଼ିବାରେ ଲାଗିଛି । ଦିନକୁ ଦିନ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗୁଥିବା ବେଳେ ହୋଟେଲ ଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ସବୁ କିଛି ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ ପକ୍ଷ । ଏହାର ମଧ୍ୟରେ ଆଜି CMC ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ପାଣି କମ୍ପାନୀ ସିଲ୍ କରାଯାଇଥିବା ସୂଚନା ମିଳିଛି । କଟକ ଶଙ୍କରପୁର ଦାସସାହି ସ୍ଥିତ ପାଣି କମ୍ପାନୀ ସିଲ୍ କରାଯାଇଛି । ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ ସିଲ୍ କରାଯାଇଛି ।

ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ CMC ସ୍ବାସ୍ଥ୍ୟ ବିଭାଗ ପାଣି କମ୍ପାନୀରେ ଚଢ଼ାଉ କରିଛି । ବିଶୁଦ୍ଧ ନକରି ମାର୍କେଟ୍‌କୁ ଛଡ଼ାଯାଉଥିଲା ଲିଟର ଲିଟର ପାଣି ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତନତନ ଯାଞ୍ଚ କରୁଛି । ଲୋକମାନେ ବିଶୁଦ୍ଧ ପାଣି ନ ପିଉଥିବାରୁ ଡାଇରିଆ ବ୍ୟାପୁଥିବା ସୂଚନା ମିଳିଥିବା ବେଳେ ଏହି ପରି ଲିଟର ଲିଟର ପାଣି ବିଶୁଦ୍ଧ ନକରି ଲୋକଙ୍କୁ ଦିଆଯାଉଥିବାକୁ ନେଇ ସ୍ୱାସ୍ଥ୍ୟବିଭାଗର ଚିନ୍ତାର କାରଣ ପାଲଟିଛି ।

ଅନ୍ୟପଟେ ରେଡ ବେଳେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି ଏହି  ପାଣି କମ୍ପାନୀରେ ଥିବା ଜାରରେ ଖାଲି ଥଣ୍ଡା ପାଣି। ସପ୍ଲାଏ ପାଣିକୁ ଉଠାଇ ଥଣ୍ଡା କରି ପ୍ୟାକ୍ କରିଦେଉଛନ୍ତି। ମାତ୍ର ତାହାକୁ ବିଶୁଦ୍ଧ କରୁ ନାହାନ୍ତି। ।

Leave a Reply

Your email address will not be published. Required fields are marked *