ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଆଜି ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ। ପିଲାଦିନେ ପାଠ ପଢ଼ୁଥିବା ଝୁମ୍ପୁରା ହାଇସ୍କୁଲ ଯାଇଥିଲେ। ସେଠାରେ ନିଜ ସହପାଠୀମାନଙ୍କ ସହିତ ସମୟ ବିତାଇଛନ୍ତି। ସହପାଠୀମାନେ ମଧ୍ୟ ତାଙ୍କୁ ପାଖରେ ପାଇଁ ଖୁସି ହୋଇଥିଲେ। ଏଥିସହ ବିଭିନ୍ନ ସମ୍ବର୍ଦ୍ଧନା ସଭାରେ ଯୋଗଦେବା ସହ ଲୋକଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି। ନିଜକୁ ଜନତାଙ୍କ ମୁଖ୍ୟମନ୍ତ୍ରୀ କହି ଲୋକସେବାରେ ସେ ସବୁବେଳେ ସମର୍ପିତ ବୋଲି କହିଛନ୍ତି। ତାଙ୍କୁ ମିଳିଛି ବିପୁଳ ଜନ ସମର୍ଥନ ଓ ଅକୁଣ୍ଠ ଭଲପାଇବା।

Leave a Reply

Your email address will not be published. Required fields are marked *