ଗଣପର୍ବ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାବାସୀ ବେଶ ଉତ୍ସାହିତ। ସବୁଠି ଉତ୍ସବର ମାହୋଲ। ହାଟ ବଜାର ଚଳଚଞ୍ଚଳ। ସଜେଇ ହୋଇଛନ୍ତି ମା’ ସମଲେଶ୍ୱରୀ। ମା’ଙ୍କୁ ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗିଛି। ତେବେ ଲୋକଙ୍କ ଖୁସିରେ ସାମିଲ ହେବାକୁ ସମ୍ବଲପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ନବାନ୍ନ ଖାଇବେ। ଚାଷୀକୂଳର ସମୃଦ୍ଧି ଓ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ମା ସମଲେଇଙ୍କ ଆଶୀର୍ବାଦ ନେବେ। ଏଥିସହ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ଅପରାହ୍ନରେ ସିଏମ କିଷାନର ଶୁଭାରମ୍ଭ କରିବେ। ସିଏମ କିଷାନ ସହାୟତା କାର୍ଯ୍ୟକ୍ରମ ଓ ପିଏମ କିଷାନ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୪.୩୦ରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିବେ ।

Leave a Reply

Your email address will not be published. Required fields are marked *