ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ ବିକାଶ ବାହାନ । ରାଜ୍ୟ ରେ ବିଜେପି ତଥା ମୋହନ ସରକାରଙ୍କୁ ୧ ବର୍ଷ ଶାସନ ପୂର୍ଣ୍ଣ ହୋଇଛି, କଣ ନଥିଲା ଆଉ କଣ ହେଇଛି, ଯାହାକୁ ନେଇ ପଞ୍ଚାୟତ ସ୍ତରରେ ବୁଲିବ ବିକାଶ ବାହନ ରଥ । ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରିବା ନିମନ୍ତେ ଚଳିତ ଜୁନ ମାସ ୧୨ ଠାରୁ ୨୧ ତାରିଖ ମଧ୍ୟରେ ପ୍ରତି ଗ୍ରାମ ପଞ୍ଚାୟତ ରେ ବୁଲିବ ବିକାଶ ବାହନ । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସରକାରୀ ଯୋଜନା ସମ୍ବନ୍ଧରେ ଲୋକକଙ୍କୁ ସଚେତନତା କରିବା। ରାଜ୍ୟର ୩୧୪ଟି ବ୍ଲକରେ ଏହି ବିକାଶ ବାହନ ବୁଲିବ। ଏଥିସହିତ ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଏହି ଯାନ ବୁଲି ସଚେତନ କରିବ।

Leave a Reply

Your email address will not be published. Required fields are marked *