ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା । କିଛି ସମୟ ପରେ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ‘ଦାନା’ । ପାରାଦୀପଠାରୁ ୫୦ କିମି ଦୂରରେ ରହିଛି ବାତ୍ୟା । ଧାମରା ଠାରୁ ୬୦ କିମି ଦୂରରେ ରହିଛି ବାତ୍ୟା । ଘଣ୍ଟାକୁ ୧୦ କିମି ବେଗରେ ଉପକୂଳକୁ ମାଡ଼ିଆସୁଛି ଦାନା । ଏହି ସମୟରେ  ଆଜି ରାତି ପ୍ରାୟ ୧୧ଟା ବେଳେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାମ୍ୱାଦିକ ସମ୍ମିଳନୀ ଦ୍ଵାରା ସୂଚନା ଦେଇ କହିଛନ୍ତି  ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ମୋଟ ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ।

ରାଜ୍ୟରେ ୮୩୮୨ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ସମସ୍ତ  ୮୩୮୨ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି ।ବାଲେଶ୍ୱର ଜିଲ୍ଲା ୧ ଲକ୍ଷ ୭୨ ହଜାର ୯୧୬, ମୟୁରଭଂଜ ୧ ଲକ୍ଷ, ଭଦ୍ରକ ୭୫ ହଜାର, ଯାଜପୁରରେ ୫୮ ହଜାର, କେନ୍ଦ୍ରାପଡା ୪୬ ହଜାର ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି । ମା ଗୃହକୁ ୪ ହଜାର ୪୩୧ ଜଣଙ୍କୁ ସ୍ତାନାନ୍ତରିତ କରାଯାଇଥିବା ବେଳେ ୧୬୦୦ ମହିଳା ଗର୍ଭ ଦାନ କରି ସୁରକ୍ଷିତ ଅଛନ୍ତି । ମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବାତ୍ୟା ଆଶ୍ରୟ ସ୍ଥଳୀରେ ଶୁଖିଲା ଖାଦ୍ୟ, ଶିଶୁଙ୍କ ଖାଦ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି. ରେଡ଼କ୍ରସ ଠାରେ ରିଲିଫ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛି ।

ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ୧୯, ଓଡ୍ରାଫ ୫୧, ଅଗ୍ନିଶମ ୨୨୦ ଓ ୧୫୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଗାଁ’ରେ ପୋଲିସ ପାଟ୍ରୋଲିଂ ହେଉଛି । ଶୌଚାଳୟ ପରିଷ୍କାର ପାଇଁ ବ୍ୟବସ୍ଥା ହୋଇଛି । ହସ୍ପିଟାଲରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି । ବାତ୍ୟା ଲ୍ୟାଣ୍ଡଫଲ ପାଇଁ ବିଦ୍ୟୁତ ସଂଯୋଗ ବ୍ୟାଘାତ ହେବ । ଏଥିପାଇଁ ଟିମ ପ୍ରସ୍ତୁତ ଅଛି । ୧୧ଟି ଜିଲ୍ଲାକୁ ସଚିବ ସ୍ତରୀୟ ଆଇଏଏସ ପ୍ରଭାବିତ ଜିଲ୍ଲାର ଗାଁକୁ ଗାଁ ଯାଇ ତଦାରଖ କରୁଛନ୍ତି ।

ଏହା ପୂର୍ବରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା କରିଛନ୍ତି । ଅଧିକାରୀମାନଙ୍କ ସହ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ , ସ୍ବତନ୍ତ୍ର ରିଲିଫ କମିସନର ଓ ଉନ୍ନୟନ କମିସନର ଉପସ୍ଥିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *