ରବିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀର ମା’ ତାରା ଦେବୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରରେ ପ୍ରତି ଦୁଇ ବର୍ଷକୁ ଥରେ ହେଉଥିବା ମା ବୁଢ଼ୀ ସାଆନ୍ତାଣୀ ଓ ମା ତାରା ଦେବୀଙ୍କ ଯାତ୍ରା । ଆଗ ପଛ ହୋଇ ସମାନ ପରମ୍ପରା ଓ ନୀତିକାନ୍ତିକୁ ନେଇ ହୋଇଥାଏ । ଏହାରି ମଧ୍ୟରେ ବ୍ରହ୍ମପୁର ତାରା ଦେବୀ ଠାକୁରାଣୀ ଯାତ୍ରାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ପହଞ୍ଚି ତାରା ଦେବୀ ଠାକୁରାଣୀ ଆଶିଷ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସମେତ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ଦଳର ନେତାଗଣ ଉପସ୍ଥିତ ରହିଛନ୍ତି । Post navigation ରାଜ୍ୟର ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ, ଡବଲ ଇଂଜିନ ଏବେ ଡବଲ ବିନାଶ: ବିଜେଡି ବେଙ୍ଗାଲୁରେ ଦଳାଚକଟା ଘଟଣା; ଆରସିବି ମାର୍କେଟିଂ ହେଡଙ୍କ ସମେତ ୪ ଜଣ ଗିରଫ