ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ୧୫ ଦଫା ନିର୍ଦ୍ଦେଶନାମା। ନୂତନ ବର୍ଷରେ ରାଜ୍ୟ ନୂତନ ସଂକଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂତନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ୧୫ଟି ନିର୍ଦ୍ଦେଶନାମା ଦେଇଛନ୍ତି । ଲକ୍ଷ୍ୟ ହାସଲ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୩୬ ସୁଦ୍ଧା ୫ ଶହ ବିଲିଅନ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟ ସହ ଶ୍ରେଷ୍ଠ ୫ ବିକଶିତ ରାଜ୍ୟରେ ଓଡ଼ିଶାକୁ ରଖିବା ପାଇଁ ଲକ୍ଷ୍ୟ କରାଯାଇଛି ।

ସୂଚନା ଯୋଗ୍ୟ; ଗତକାଲି ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଆଜି ପ୍ରଥମ ଥର ପାଇଁ ବିଧିବଦ୍ଧଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶାସନ ସଚିବଙ୍କୁ ୧୫ଟି ଟାସ୍କ ଦେଇଛନ୍ତି । ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକା କ୍ରିୟାଶୀଳ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଭିଜନ୍ ଡକ୍ୟୁମେଣ୍ଟ ୨୦୩୬ ସଫଳତାର ସହିତ କ୍ରିୟାନ୍ୱୟନ ଉପରେ କାର୍ଯ୍ୟ କରିବାକୁ କୁହାଯାଇଛି । ୨୦୩୬ ସୁଦ୍ଧା ୫ ଶହ ବିଲିଅନ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ଶିଳ୍ପକୁ ଅଗ୍ରାଧିକାର ଦିଆଯାଇଛି । ଶିଳ୍ପାୟନର ଦୃତ୍ତ ବିକାଶ କରାଯିବ । ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଉତ୍କର୍ଷ କେନ୍ଦ୍ର କରିବାକୁ ନିର୍ଦ୍ଦେଶ ରହିଛି । ସବୁ ପ୍ରକାର ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ଗୁରୁତ୍ୱ ଆରୋପ କରିଛନ୍ତି । ସଚିବାଳୟଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ନିର୍ଦ୍ଦେଶ ପାଳନ ନ ହେଲେ ଖିଲାପକାରୀଙ୍କୁ କୈଫିୟତ ତଲବ କରାଯିବ । ଓଡିଆ ଭାଷାକୁ ସରକାରୀ ଭାଷାରେ ବ୍ୟବହାର ପାଇଁ ପ୍ରତିବଦ୍ଧତାର ବାର୍ତ୍ତା ।

ସେହିପରି ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ । ତତସହିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦିଆଯାଇଛି । ସବୁ ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଯୋଗ ଶୁଣାଣି ପାଇଁ ସୋସିଆଲ ମିଡିଆକୁ ବହୁଳ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ୟାର ସମାଧାନ ପାଇଁ ସବୁ ସ୍ତରର ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେହିପରି ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମସ୍ତ ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published. Required fields are marked *