ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଜ ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ଜଣେ ସୁଯୋଗ୍ୟ ଓଡ଼ିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ’। ଶିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ଜମ୍ମୁ-କଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସାନ ଭାଇ। କେନ୍ଦ୍ର ସରକାର ଶିରିଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ କରିଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି ଅକ୍ଟୋବର ୯ ତାରିଖରୁ ତିନି ବର୍ଷ ପାଇଁ ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ବର୍ତ୍ତମାନ ଶିରିଶ ମୁର୍ମୁ ଆରବିଆଇରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିବା ବେଳେ ସେ ଏମ ରାଜେଶ୍ୱର ରାଓଙ୍କ ସ୍ଥାନ ନେବେ। Post navigation ଦୁର୍ଗା ପୂଜା ପାଇଁ ସୁରକ୍ଷା କଡ଼ାକଡ଼ି; ଟ୍ୱିନସିଟିରେ ୬୧ପ୍ଲାଟୁନ୍ ଫୋର୍ସ ମୁତୟନ ଦୁର୍ଗା ପୂଜା ପାଇଁ ଟ୍ରାଫିକ୍ କଟକଣା; ଦିନ ୨ଟା ପରେ NHରେ ଭାରିଯାନ ମନା