ରାଜଗାଙ୍ଗପୁର ଦୁଃଖଦ ଘଟଣାରେ ମୃତ ଛାତ୍ରୀଙ୍କ ପରିବାରକୁ ଦିଆଗଲା ୪ ଲକ୍ଷର ଅନୁକମ୍ପା । ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହ ଛାତ୍ରୀଙ୍କୁ ମୃତ୍ୟୁକୁ ନେଇ ଶୋକ ପ୍ରକାଶ ସହ ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରଠାରେ ଏକ ଦୁଃଖ ଦୁଃଖଦ ଘଟଣାରେ ଶ୍ରୁତିଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଁ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରୁଛି।

ସୂଚନା ଯୋଗ୍ୟ; ରାଜଗାଙ୍ଗପୁର ପୀଡିତାଙ୍କ ମୃତ୍ୟୁ ପରେ ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ଦାବି ପୂରଣର ପ୍ରତିଶ୍ରୁତି ପ‌ରେ ପରିବାର ଲୋକେ ଧାରଣାରୁ ଉଠିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପୀଡିତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ନିଜ ଶରୀରରେ କିରୋସିନ ଢାଳି ନିଆଁ ଲଗାଇଥିଲେ ନାବାଳିକା ଛାତ୍ରୀ।  ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଯୁକ୍ତତିନି ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବାରମ୍ବାର ଜଣେ ୨୫ ବର୍ଷୀୟ ଯୁବକ ତାଙ୍କୁ ବ୍ଲାକମେଲ୍ କରିଥିଲେ । ଶେଷରେ କିଛି ଉପାୟ ନପାଇ ନାବାଳିକା ଜଣଙ୍କ ପଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଖବର ପାଇ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରବିବାର IGH ପରିଦର୍ଶନ କରିଥିଲେ ଏବଂ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ AIIMS ଭୁବନେଶ୍ୱରକୁ ଏୟାରଲିଫ୍ଟ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ପୀଡ଼ିତା ଜଣଙ୍କ ଆଖି ବୁଜିଦେଇଥିଲେ ।

Leave a Reply

Your email address will not be published. Required fields are marked *