ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା କିଟ୍ରେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେପାଳୀ ସହ କଥା ହେଇଥିବା ଜଣାପଡିଛି । ନେପାଳ କାଉନସେଲର ସଞ୍ଜୀବ ଦାସଶର୍ମା ଓ ନବୀନରାଜ ଅଧିକାରୀଙ୍କ ସହ କଥା ହୋଇ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦିଆଯିବ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହ କିଟ୍ କ୍ୟାମ୍ପସ୍ରେ ପୁଣି ଥରେ ଶାନ୍ତି ଫେରିବ ବୋଲି କହିବା ସହ କ୍ୟାମ୍ପସ୍କୁ ଫେରି ସେମାନଙ୍କ ପାଠପଢ଼ା ଆରମ୍ଭ କରିବାକୁ ନେପାଳି ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଯୋଗ୍ୟ; କିଟ୍ ରେ ଦେଖାଯାଇଥିବା ଛାତ୍ର ଅଶାନ୍ତିକୁ କିପରି ସୁଧାରି ହେବା ତାହାକୁ ନେଇ ରାଜ୍ୟ ଅତିଥି ଭବନରେ ନେପାଳ ଅଧିକାରୀଙ୍କ ସହିତ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ ଏବଂ ମୁଖ୍ୟ ସଚିବ ମନୋଜ ଆହୁଜା ଯୋଗ ଦେଇଥିବା ଜଣାପଡିଛି। ଏହା ସହିତ, ନେପାଳର ବୈଦେଶିକଙ୍କ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏହି ବିଷୟରେ ଫୋନ୍ ଯୋଗେ କଥା ହୋଇଥିବା ସୂଚନା ମିଳିଛି । Post navigation ୩ ଲକ୍ଷରୁ ଉର୍ଦ୍ଧ୍ୱ ଭୂତ ଖାଉଥିଲେ ରାସନ ଚାଉଳ ରାଜ୍ୟକୁ ଆସୁଛି ବର୍ଷା; ଆଗାମୀ ୨୪ ଘଣ୍ଟା ପାଇଁ ୩ ଜିଲ୍ଲା ଜାରି ହେଲା ଅରେଞ୍ଜ ଆଲର୍ଟ