ଆସନ୍ତାକାଲିଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିସେମ୍ବର ୧୯, ୨୦ ଓ ୨୧ରେ ରାଜସ୍ଥାନରେ ରହିବେ ମୁଖ୍ୟମନ୍ତ୍ରୀ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ  ।ଏହା ପରେ ଡିସେମ୍ବର ୨୧ ତାରିଖରେ ରାଜସ୍ଥାନରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ୨୧, ୨୨, ଓ ୨୩ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବା ନେଇ ସୂଚନା ମିଳିଛି ।

ଦିଲ୍ଲୀରେ ୫୫ତମ ଜିଏସ୍ଟି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହାସହ କିଛି କେନ୍ଦ୍ରମନ୍ତ୍ରୀ ଏବଂ ଶୀର୍ଷ ନେତୃତ୍ବଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିଭଳି ରାଜସ୍ଥାନରେ ପ୍ରାକ୍ ବଜେଟ୍ ପ୍ରସ୍ତୁତି ଆଲୋଚନାରେ ଭାଗ ନେବେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *