ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ବାହାରିଲା ପରାକ୍ରମ ଶୋଭାଯାତ୍ରା । ଅପରେସନ ସିନ୍ଦୂର ସଫଳ ପରେ ୩ ସେନାକୁ ସାଲ୍ୟୁଟ ପାଇଁ ଶୋଭାଯାତ୍ରା । ପରାକ୍ରମ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିର ଏହି ଶୋଭାଯାତ୍ରାରେ ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଏନସିସି, ସ୍କାଉଟ୍ ଗାଇଡ୍, ସିଆରପିଏଫ୍, ପୁଲିସ ଓ ଟ୍ରାଫିକ୍ ପୁଲିସ୍ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। କଳିଙ୍ଗ ଷ୍ଟାଡିୟମର ୩ ନଂ ଗେଟ୍ରୁ ରାଜଭବନ ଛକ ଯାଏଁ ଯିବ ଏହି ତିରଙ୍ଗା ଯାତ୍ରା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଆମ ସୈନ୍ୟବାହିନୀ ସବୁବେଳେ ପ୍ରସ୍ତୁତ । ତ୍ରିରଙ୍ଗା ପ୍ରତି ଭାରତୀୟ ପାଇଁ ଗର୍ବ ଓ ଗୌରବ । ଏହାର ସମ୍ମାନ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା, କ୍ରୀଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। Post navigation ଓପିଏସ୍ସି ଓ ଓଏସ୍ଏସ୍ସିର ନୂତନ ସଦସ୍ୟ ଭାବେ ୪ ଜଣଙ୍କୁ ମିଳିଲା ନିଯୁକ୍ତି ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗବାଇ