ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି ବଢ଼ିଲା । ଇ-ମେଧାବୃତ୍ତି, ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଆବେଦନ ଅବଧି ବୃଦ୍ଧି ହୋଇଛି। ଏହା ସହ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅବଧି ମଧ୍ୟ ବୃଦ୍ଧି କରାଯାଇଛି। ଯୋଜନାରେ ଆବେଦନ ପ୍ରକ୍ରିୟା ଶୁକ୍ରବାର ସରୁଥିବା ବେଳେ ଏହା ଏବେ ପୁଣି ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେହିପରି, ମେଧାବୃତ୍ତି ଆପ୍ଲିକେସନ୍ ତର୍ଜମା କରିବା ପାଇଁ ୩୧ ତାରିଖ ପର୍ଯ୍ୟନ୍ତ ଅବଧି ରଖାଯାଇଛି। କେବଳ ଗୋପନ୍ଧୁ ଶିକ୍ଷା ସହାୟତା ଯୋଜନାରେ ହସ୍ତଗତ ଆପ୍ଲିକେସନ୍ ତର୍ଜମା ପାଇଁ ନଭେମ୍ବର ୧୫ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରଣ କରାଯାଇଛି। ଇ-ମେଧାବୃତ୍ତି ସ୍କଲାର୍ସିପ୍, ବ୍ୟାସକବି ଫକୀରମୋହନ ମେଧା ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାକୁ ଗୋଟିଏ ୱେବ୍ସାଇଟ୍ www.schlorship.odisha.gov.in ରେ ଆବେଦନ କରିପାରିବେ। ଏହି ଯୋଜନା ଦ୍ୱାରା ପ୍ରାକ ଏବଂ ପରବର୍ତ୍ତୀ ଦଶମ ଶ୍ରେଣୀର ଆବାସିକ ଶିକ୍ଷା ଓ ଛାତ୍ରବୃତ୍ତି ପାଉଥିବା ଛାତ୍ରଛାତ୍ରୀ ଉପଯୁକ୍ତ ହୋଇପାରିବ । ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ରେ ମାଟ୍ରିକ ପରବର୍ତ୍ତୀ ପାଠ ପଢିବାକୁ ଚାହୁଁଥିବା ଅନୁସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଏବଂ ବୃତ୍ତିଗତ ଶିକ୍ଷା ପାଇଁ ଛାତ୍ରବୃତ୍ତିରେ ସହାୟକ ହେବ । Post navigation ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର