ଖୁବ୍ ଶୀଘ୍ର ରାଜ୍ୟରେ ଘୋଷଣା ହୋଇପାରେ ୭ ନୂଆ ଏନଏସି । ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଘୋଷଣା ହୋଇପାରେ ନୂଆ ଏନଏସି। ପ୍ରଥମ ପର୍ଯ୍ୟାୟରେ ୭ଟି ନୂଆ ଏନଏସି ଘୋଷଣା ନେଇ ଚର୍ଚ୍ଚା ହେଉଛି। ଏ ଆଜି ଏନେଇ ଆଜି ସଙ୍କେତ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି, ପଞ୍ଚାୟତିରାଜ ବିଭାଗକୁ ତର୍ଜମା ପାଇଁ ପଠାଯାଇଛି। ତେଣୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନୂଆ ଏନଏସି ଘୋଷଣା କରିପାରନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ୨୩ ଜିଲ୍ଲାର ୫୭ ନୂଆ ପୌରସଂସ୍ଥା ଗଠନ ପାଇଁ ଘୋଷଣା କରିଥିଲେ । କିନ୍ତୁ ବିଜେଡି ସରକାର ଏଥିପାଇଁ କୌଣସି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିନଥିଲା । ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ, ୭ଟି ନୂଆ ପୌରସଂସ୍ଥା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବ ଯାଇଛି । ପଞ୍ଚାୟତିରାଜ ବିଭାଗ ଏ ନେଇ ଆବଶ୍ୟକୀୟ ମଞ୍ଜୁରି ଦେଇସାରିଛି । ଏବେ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକୁ । Post navigation ବିଜେଡିକୁ ଝଟକା: ଅନାସ୍ଥା ଭୋଟ୍ରେ ହାରିଲେ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା ବିଜୁ ଜନତା ଦଳ ଛାଡ଼ିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ