ପ୍ରତିଟି ଜୀବନ ମୂଲ୍ୟବାନ। ତେଣୁ ଗରିବ ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ନୂଆ ଇଏସଆଇ ହସ୍ପିଟାଲ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । କେନ୍ଦୁଝର ଓ ସୋନପୁର ସହରରେ ଏହି ଦୁଇଟି ହସ୍ପିଟାଲ ପ୍ରତିଷ୍ଠା ହେବ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର ଲୋକ ଓ ସେମାନଙ୍କ ପରିବାର ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *